ଦିବଂଗତ ଅଭିରାମ ପଣ୍ଡିତଙ୍କ ଉଦ୍ଦେଶ୍ୟରେ କ୍ରୀଡ଼ାସଂଘର ଶୋକ

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ଜିଲ୍ଲା କ୍ରୀଡ଼ାସଂଘର ଅନ୍ୟତମ ସକ୍ରିୟ ସଭ୍ୟ ଦିବଂଗତ ଅଭିରାମ ପଣ୍ଡିତଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଗତ ୧୦ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା । ଆୟୋଜିତ ଶୋକସଭାରେ ଜିଲା କ୍ରୀଡ଼ାସଂଘର କାର୍ଯ୍ୟକାରୀ ସଭାପତୀ ଅଧୀପ ଦାସ, ସାଧାରଣ ସମ୍ପାଦକ ଅଭୟ ମହାପାତ୍ର, ସହ-ସାଧାରଣ ସମ୍ପାଦକ ପଦ୍ମଲୋଚନ ଲେଙ୍କା ଓ ଅନ୍ୟାନ୍ୟ କର୍ମକର୍ତ୍ତା ତଥା ସଭ୍ୟ ଯୋଗଦେଇ ଅଭିରାମ ପଣ୍ଡିତଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ପଣ୍ଡିତଙ୍କ ଅମର ଆତ୍ମାର ସଦଗତି କାମନା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ