ଦିବଂଗତ ଅମିତ ବେହେରାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ଦିବଂଗତ ଅମିତ କୁମାର ବେହେରାଙ୍କ ଉଦ୍ଦେଶ୍ୟରେ ‘ଫ୍ୟୁଚର ବାଲେଶ୍ୱର’ ସଂଗଠନ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ହୋଟେଲ ଫାଣ୍ଟାସିରେ ଶୁକ୍ରବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ଆଇନଜୀବୀ ବିଜୟ କୁମାର ପାଣିଗ୍ରାହୀ ଏଥିରେ ପୌରୋହିତ୍ୟ କରିବା ସହିତ ସ୍ୱର୍ଗତ ବେହେରାଙ୍କ କାର୍ଯ୍ୟଧାରା ଓ ବାଲେଶ୍ୱରର ଶିଳ୍ପ ବିକାଶ ଦିଗରେ ତାଙ୍କର ଭୂମିକା ସମ୍ପର୍କରେ ସୂଚନା ଦେଇଥିଲେ । ସଂଗଠନର ସମ୍ପାଦକ ଦୁକୁଲୁ ଘଡ଼େଇ, କାଉନସିଲର ମୀନା ମହାନ୍ତି, ପୂର୍ବତନ ଜିଲା ପରିଷଦ ସଭାପତି ଗିରୀଶ ଚନ୍ଦ୍ର ଦାଶ, ସମାଜସେବୀ ସିପ୍ରା ମହାପାତ୍ର, କିଶୋର ଦାସ, ଅଏନ ସେନ, ଦେବାଶିଷ ଦାସ, ଡାକ୍ତର ଶାନ୍ତନୁ ଦାସ, ଅକ୍ଷୟ ତ୍ରିପାଠୀ, ବିକ୍ରମ ପଣ୍ଡା, ନିରଂଜନ ପରିଡ଼ା, ସତ୍ୟଜିତ ମିଶ୍ର, ଶୁଭଙ୍କର ମହାପାତ୍ର, ପ୍ରତିମା ପଣ୍ଡା, ବିଚିତ୍ରାନନ୍ଦ ଦାସ, ରାଜେନ୍ଦ୍ର ଚାଟାର୍ଜୀ, ଗୌରାଙ୍ଗ ପାଣିଗ୍ରାହୀ, ଅନ୍ତର୍ଯ୍ୟାମୀ ପଣ୍ଡା, ରଂଜନ ପାଣିଗ୍ରାହୀ, ସୌମ୍ୟରଞ୍ଜନ ପାତ୍ର, ଶୁଭକାନ୍ତ ଦାସ, ସଂଯୁକ୍ତାରାଣୀ ବେହେରା, ଶୁଭାଶିଷ ଜେନା, ଅଶ୍ୱିନୀ ପାତ୍ର ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ବେହେରାଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଜଣେ ସଫଳ ଉଦ୍ୟୋଗୀ ତଥା ବାସ୍ତବବାଦୀ ବ୍ୟକ୍ତିତ୍ୱ ଭାବେ ତାଙ୍କର ଅବର୍ତ୍ତମାନ କେବଳ ବାଲେଶ୍ୱରର ଶିଳ୍ପାୟନ ନୁହେଁ ବରଂ ସମାଜସେବା କ୍ଷେତ୍ରରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ଏହି ଶ୍ରଦ୍ଧାଞ୍ଜଳି ସଭାରେ ସମସ୍ତେ ମତ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ତାଙ୍କର ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା ସହ ସମସ୍ତେ ଦିବଂଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ