ଦିବଂଗତ କବୟିତ୍ରୀ ପ୍ରମିଳା ଶତପଥୀଙ୍କ ଶ୍ରାଦ୍ଧ ବର୍ଷିକ ସ୍ମୃତିସଭା

ବାଲେଶ୍ୱର, (ସରୋଜ ପଣ୍ଡା):ଦିମ୍ବଗତ କବୟିତ୍ରୀ ପ୍ରମିଳା ଶତପଥୀଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତିସଭା ଏବଂ ପୁସ୍ତକ ଉନ୍ମୋଚନ ଉତ୍ସବ ବାଲିଆସ୍ଥିତ ତାଙ୍କ ବାସଭବନ ‘ଆଦ୍ୟମନ୍ଦିର’ ପରିସରରେ ଗୁରୁବାର ଅନୁ୍‌ଷ୍ଠିତ ହୋଇଯାଇଛି । ଏହି ଅବସରରେ ‘ସମୀକ୍ଷକଙ୍କ ଦୃଷ୍ଟିରେ କବୟିତ୍ରୀ ପ୍ରମିଳା ଶତପଥୀ’ ଏବଂ ତାଙ୍କ ସ୍ମୃତିରେ ପ୍ରକାଶିତ \”ସ୍ମୃତିରୂପା ପ୍ରମିଳା’ ପୁସ୍ତକକୁୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଆୟୋଜିତ ସ୍ମତିସଭାରେ ସ୍ତମ୍ଭକାର ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ସୁବାସ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ କବୀ ପ୍ରମିଳା ଓଡ଼ିଆ କବିତା କ୍ଷେତ୍ରରେ ଜଣେ ମନ୍ତ୍ରମୁଗ୍ଧ ଉଚ୍ଚାରଣ ଥିଲେ ବୋଲି କହିଥିଲେ । ମୁକ୍ତିବୋଧ ସୃଜନ କର୍ମରେ ତାଙ୍କୁ ମିଳୁଥିଲା ବିପୁଳ ତୃପ୍ତି । ସତ୍ୟ ଓ ବାସ୍ତବତାକୁ ପରିପ୍ରକାଶ କରିବା ସେ କେବେ ପଛଘୁଞ୍ଚା ଦେଉ ନଥିଲେ ବୋଲି ଡକ୍ଟର ପାତ୍ର ମତ ପ୍ରକାଶ କରିଥିଲେ । ଶିକ୍ଷାବିତ ବ୍ରଜେନ୍ଦ୍ର ଗିରି ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ମୃତିଚାରଣ ସହ ଓଡ଼ିଆ କବିତା କ୍ଷେତ୍ରରେ ପ୍ରମିଳା ଶତପଥୀଙ୍କ ଏକ ସ୍ମୃତିସ୍ତମ୍ଭ ହୋଇପାରିଛନ୍ତି ବୋଲି କହିଥିଲେ । କବୀ ଦୀପାଞ୍ଜଳି ଦାଶ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ କବୀଙ୍କ ଜୀବନାଦର୍ଶ ଓ ତାଙ୍କ ସାହିତ୍ୟାକୃତି ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ବିଶିଷ୍ଟ ସମାଲୋଚକ ତଥା ପ୍ରାବନ୍ଧିକ ଡ. ରାଧାରଂଜନ ପଟ୍ଟନାୟକ ଏହି ସ୍ମୃତିସଭାରେ ପୌରୋହିତ୍ୟ କରିବା ସହ ପ୍ରମିଳା ଶତପଥୀ କେବଳ ବାଲେଶ୍ୱର ଜିଲା ନୁହେଁ କବିତା କ୍ଷେତ୍ରରେ ତାଙ୍କର ସୃଷ୍ଟି ସମଗ୍ର ଓଡ଼ିଶା ପାଇଁ ଉଦହାରଣ ହୋଇଛି ବୋଲି କହିଥିଲେ । କବି ଡ.ବଂଶୀଧର ଚୌଧୁରୀ ଏହି ସ୍ମୃତିସଭାରେ ସଂଯୋଜନା କରିବା ସହ କବୀ ପ୍ରମିଳା ତାଙ୍କ ଜୀବନ କାଳରେ ୨୮ଖଣ୍ଡରୁ ଉର୍ଦ୍ଧ୍ୱ ପୁସ୍ତକ ରଚନା କରିଥିଲେ ବି ଓଡିଶା ସାହିତ୍ୟ ଏକାଡେମୀ ତାଙ୍କୁ ଅଣଦେଖା କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି କହିଥିଲେ । ସଭା କାର୍ଯ୍ୟ ପ୍ରାରମ୍ଭରେ ସ୍ୱର୍ଗତା କବୀ ପ୍ରମିଳା ଶତପଥୀଙ୍କ ଫୋଟୋ ଚିତ୍ରରେ ଅତିଥିମାନେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । କବି ଜଳଧର ପଣ୍ଡା ଏବଂ ବିକାଶ ଶତପଥୀ ବେଦ ମନ୍ତ୍ର ଉଚ୍ଚାରଣ ଉଚ୍ଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟକାର ଆଶିଷ ଚକ୍ରବର୍ତ୍ତୀ, କଥାକାର କମଳ ଦାସ, ସେଇଠୁ ଆରମ୍ଭର ସମ୍ପାଦକ ଶୁଭେନ୍ଦୁ ଦାସ, କଥାକାର ଉଦୟ ଦାସ, ଗଙ୍ଗାଧର ବିଶ୍ୱାଳ, କବି ସୀତାଂଶୁ ଲେଙ୍କା, ସମୟର ଚକ୍ର ସମ୍ପାଦକ ସର୍ବେଶ୍ୱର ଜେନା, କବୀ ଅର୍ଚ୍ଚନାନନ୍ଦୀ ଓ କବୀ ଦମୟନ୍ତୀ ନାଥ ପ୍ରମୁଖ ଏହି ସ୍ମୃତିସଭାରେ ଯୋଗଦେଇ କବୀ ପ୍ରମିଳାଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ । ଶେଷରେ କବିଙ୍କ କନ୍ୟା ଆସ୍ଥା ଆଶ୍ୱାସନୀ ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ