ଦିବଂଗତ ପୂର୍ବତନ ସାଂସଦ ସୁବାଷ ନାୟକ ଏବଂ ବରିଷ୍ଠ ସାମ୍ବାଦିକ ସନ୍ତୋଷ ଆଚାର୍ଯ୍ୟ ଙ୍କୁ ଶ୍ରଦ୍ଧାଞ୍ଜଳୀ
କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :ଅମଲା ଭବନ ଠାରେ ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ ସନ୍ତୋଷ ଆଚାର୍ଯ୍ୟ ଏବଂ କଳାହାଣ୍ଡି ଜିଲ୍ଲାର ପୂର୍ବତନ ସାଂସଦ ସୁବାଷ ନାୟକ ଙ୍କ ବିୟୋଗ ରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇ ଯାଇଛି । କଳାହାଣ୍ଡି ଜର୍ଣ୍ଣାଲିଷ୍ଟ ୟୁନିୟନ ର ସଭାପତି ମହମ୍ମଦ ଅଲ୍ଲୀ ଙ୍କ ଆବହକତ୍ୱ ରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର ସଭାପତିତ୍ୱ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଶାନ୍ତନୁ ବେହେରା, ପୂର୍ବତନ ବିଧାୟକ ଅନାମ ନାଏକ, ଡ଼ଃ. ଭବାନୀ ଶଙ୍କର ନିଆଲ, ବିଜେପି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ଅବସର ପ୍ରାପ୍ତ ଏସପି ଦେବୀ ପ୍ରସାଦ ଦାସ, ରଜନୀ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ । ସଭା ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରା ଯାଇଥିଲା । ଉକ୍ତ ଶ୍ରଦ୍ଧାଞ୍ଜଳୀ ସଭାରେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି, ବରିଷ୍ଠ ଆଇନଜୀବୀ ଭବେନ୍ଦ୍ର ପଣ୍ଡା, ରୂପ କେଶରୀ ଦଳେଇ,ଜୟଦେବ ନାଏକ,ଅମିୟ ସାହୁ ଙ୍କ ସମେତ ମଞ୍ଚାସିନ ଅତିଥି ବୃନ୍ଦ ଦିବଂଗତ ପୂର୍ବତନ ସାଂସଦ ସୁବାଷ ନାୟକ ଏବଂ ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ ସନ୍ତୋଷ ଆଚାର୍ଯ୍ୟ ଙ୍କ ସୃତି ଚାରଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପ୍ରସନ୍ନ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସାମ୍ବାଦିକ ଏବଂ ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ ଆୟୋଜିତ ଏହି ଶୋକସଭା ରେ କଳାହାଣ୍ଡି ଜର୍ଣ୍ଣାଲିଷ୍ଟ ୟୁନିୟନ ସଭାପତି ମହମ୍ମଦ ଅଲ୍ଲୀ ସଭା ପରିଚାଳନା କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ସତ୍ୟ ପଣ୍ଡା, ସାମ୍ବାଦିକ ବିକାଶ ଷଢଙ୍ଗୀ, ଦୁଖୀଶ୍ୟାମ ପ୍ରଧାନ, ହେମନ୍ତ ରାୟ, ସନ୍ତୋଷ ପ୍ରଧାନ ଙ୍କ ସମେତ ବହୁ ସାମ୍ବାଦିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।


