ଦିବଂଗତ ଶ୍ରମିକନେତା ନିକୁଞ୍ଜ ବସନ୍ତ ରାୟଙ୍କ ପ୍ରଥ ଶ୍ରାଦ୍ଧବାର୍ଷିକ ସ୍ମୃତିସଭା
ବାଲେଶ୍ୱର, (ସରୋଜ ପଣ୍ଡା):ଦିବଂଗତ ଶ୍ରମିକ ନେତା ନିକୁଞ୍ଜ ବସନ୍ତ ରାୟଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ସିଆଇଟିୟୁ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । କମ୍ରେଡ଼୍ ନିକୁଞ୍ଜ ଜଣେ ଶୃଙ୍ଖଳିତ ମାର୍କ୍ସବାଦୀ ଥିଲେ । ସେ ସମସ୍ତ ପ୍ରତିକୂଳ ପରିବେଶରେ ନିଜକୁ ସାମିଲ କରିପାରୁଥିଲେ । ଜିଲ୍ଲାର ସମସ୍ତ ଗଣଆନ୍ଦୋଳନରେ ସେ ନିଜକୁ ଉତ୍ସର୍ଗୀକୃତ କରିଥିଲେ । ସେ ତାଙ୍କ ଜୀବନକାଳରେ କେବଳ ନୁହେଁ ମୃତ୍ୟୁ ପରେ ବି ଫକୀରମୋହନ ମେଡିକାଲ୍ କଲେଜ୍ରେ ଡାକ୍ତରୀ ଶିକ୍ଷାର୍ଥୀମାନଙ୍କ ଗବେଷଣା ଓ ଅଧ୍ୟୟନ ପାଇଁ ନିଜ ମରଶରୀରକୁ ଦାନ କରି ଏକ ଦୃଷ୍ଟାନ୍ତ ସୃଷ୍ଟି କରିଥିଲେ ବୋଲି ବକ୍ତାମାନେ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମତ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ସମ୍ପ୍ରତି ବୈଜ୍ଞାନିକ ଚିନ୍ତା ଚେତନା ଓ ବିଚାରଧାରା ଉପରେ ଆକ୍ରମଣ ଆରମ୍ଭ ହୋଇଥିବା ବେଳେ ଏହାର ମୁକାବିଲା ପାଇଁ ଯେଉଁ ଆୱାଜ ଦେବାର ଆବଶ୍ୟକତା ଅଛି କମ୍ରେଡ଼୍ ନିକୁଞ୍ଜଙ୍କ ଅବର୍ତ୍ତମାନରେ ଏହା ସମ୍ପନ୍ନ କରିବା ସହଜ ନୁହେଁ ବୋଲି ବକ୍ତାମାନେ କହିଥିଲେ । ସାଥୀ ନିକୁଞ୍ଜଙ୍କ ମୃତ୍ୟୁର ପ୍ରଥମ ବର୍ଷରେ ଆମକୁ ଆହୁରି ସଂଗଠିତ ହୋଇ ଏକ ବିକଳ୍ପ ଆନ୍ଦୋଳନ ଗଢ଼ି ତୋଳିପାରିଲେ ତାହା ତାଙ୍କ ପ୍ରତି ପ୍ରକୃତ୍ ଶ୍ରଦ୍ଧାଞ୍ଜଳି ସେମାନେ ପ୍ରକାଶ କରିଥିଷଲ । ବରିଷ୍ଠ ଆଇନଜୀବୀ ଶମ୍ଭୁନାଥ ମହାନ୍ତି, ଶରତ କୁମାର ମହାପାତ୍ର, ନିରଞ୍ଜନ ପରିଡ଼ା ଓ ଶାନ୍ତନୁ ଦାସଙ୍କ ସମେତ ବରିଷ୍ଠ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ବାଲିଆପାଳ ଭିଟାମାଟି ସୁରକ୍ଷା ଆନ୍ଦୋଳନ ନେତା ଅରୁଣ ଜେନା, ରକ୍ତଦାତା ସଂଘର ଜିଲ୍ଲା ସଂପାଦକ ଇଂ. ହୃଷିକେଶ ସାହୁ, ଶ୍ରମିକନେତା ଗୋପୀନାଥ ଦାସ, ନାରୀନେତ୍ରୀ ବନ୍ଦନା ବିଶ୍ୱାସ, ଜୀବନବୀମା କର୍ମଚାରୀ ସଂଘ ନେତା ଶ୍ୟାମସୁନ୍ଦର ଜେନା, ସାହିତ୍ୟିକ ରମେଶ ଜେନା, ସିଆଇଟିୟୁ ଜିଲ୍ଲା ଆବାହକ ବିଜୟ ପାତ୍ର, ଅସିତ ବରଣ ଦାସ, ସୁଶାନ୍ତ ନାୟକ, ସତ୍ୟଜିତ୍ ଦାସ, ପ୍ରଭାକର ବେହେରା, ପରମେଶ୍ୱର ପାତ୍ର, ଏଆଇଟିୟୁସି ଜିଲ୍ଲା ସମ୍ପାଦକ ଶ୍ୟାମସୁନ୍ଦର ଜେନା ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଦିବଂଗତ ନିକୁଞ୍ଜ ବସନ୍ତ ରାୟଙ୍କ ପ୍ରତି ଗଭୀର ଶ୍ରଦ୍ଧା ନିବେଦନ କରିଥିଲେ । ପରିବହନ ଶ୍ରମିକସଂଘର ସମ୍ପାଦକ ରାଜକିଶୋର ଲେଙ୍କା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


