ଦିବାରାତ୍ର କବାଡି ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ
ବନ୍ତ, (ଚାନ୍ଦିନୀ ମହାନ୍ତି) :ବନ୍ତସ୍ଥିତ ଜାଗୁଳାଇ ପଡିଆ ଠାରେ ପ୍ରଥମ ଦିବାରାତ୍ର ଆର୍ନ୍ତଜିଲ୍ଲା କବାଡି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ଓ ଭଦ୍ରକ ଜିଲ୍ଲାର ମହିଳା ଓ ପୁରୁଷ ବିଭାଗର ୮ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ଭଦ୍ରକ ଏକାଡେମୀ, ମହାବୀର କ୍ଲବ ଦଶରଥପୁର, ହେଲ୍ପ ଲାଇନ୍ କ୍ଲବ ଧାମନଗର, ୟୁଥ୍ କ୍ଲବ ତରାପୁର, ସେଭେନ୍ ଷ୍ଟାର ଆଗରପଡା, ବନ୍ତ କ୍ଲବ, ବାସୁଦେବପୁର କ୍ଲବ, ଏ.ଜେ କ୍ଲବ ବନ୍ତ ଆଦି ଟିମ୍ ଅଂଶ ଗ୍ରହଣ କରିଥିଲେ । ପୁରୁଷ ଦଳର ତରାପୁର କ୍ଲବ ଚମ୍ପିୟନ ହୋଇଥିବା ବେଳେ ଭଦ୍ରକ କ୍ଲବ ଉପବିଜେତା ହୋଇଥିଲା । ସେହିପରି ମହିଳା ଦଳର ଆଗରପଡା କ୍ଲବ ଚମ୍ପିୟନ ହୋଇଥିବା ବେଳେ ବନ୍ତ କ୍ଲବ ଉପବିଜେତା ହୋଇଥିଲା । ପୁରୁଷ ଚମ୍ପିୟନ ଦଳକୁ ମୁଖ୍ୟ ଅତିଥି ତଥା ବନ୍ତ ପଞ୍ଚାୟତର ସମାଜସେବୀ ମାନସୀ ରାଉତ ଓ ଉପବିଜେତା ଦଳକୁ ଯୁବ ବ୍ୟବସାୟୀ ସୁଧାଂଶୁ ନାୟକ ପୁରସ୍କୃତ କରିଥିଲେ । ସେହିପରି ମହିଳା ଚମ୍ପିୟନ ଦଳକୁ ଇଂ.ଉତ୍ତମ ନାୟକ ଏବଂ ଉପବିଜେତା ଦଳକୁ ପ୍ରସିଦ୍ଧ ସମୁଦ୍ର ବୁଡାଳୀ ଫାଲ୍ଗୁନି ରାଉତ ପୁରସ୍କୃତ କରିଥିଲେ । ସମ୍ମାନୀତ ଅତିଥି ଭାବେ ନାରୀନେତ୍ରୀ ଭାରତୀ ମଲ୍ଲିକ, ପଧାନପଡା ସରପଞ୍ଚ ମୁସ୍ତାକ୍ ଅଲ୍ଲୀ ଖାଁ ଯୋଗ ଦେଇଥିଲେ । ପ୍ରଥମ କରି ବନ୍ତ ଅଞ୍ଚଳରେ ଏଭଳି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବାରୁ ହଜାର ହଜାର ଦର୍ଶକ ଖେଳକୁ ଉପଭୋଗ କରିଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ କମିଟି ସଭ୍ୟ କାହ୍ନା ନାୟକ, ଜ୍ୟୋତି ରଂଜନ ନାୟକ, ବିଶ୍ୱଜିତ୍ ନାୟକ, ବିଶ୍ୱବନ୍ଦିତା ନାୟକ, ପୀତବାସ ନାୟକ, ସତ୍ୟ ରଂଜନ ଲେଙ୍କା, ଶ୍ରୀକାନ୍ତ ବିଶ୍ୱାଳ, ସୟଦ୍ ମେହଫୁଜ୍, ସୟଦ ଅର୍ମାନ୍ ସହଯୋଗ କରିଥିଲେ ।


