ଦିବ୍ଯ ଦର୍ଶନ
ଚକା ଚକା ଆଖି ତୋର
ଭ୍ରୁଲତା ନଥାଇ,
ଚନ୍ଦ୍ର ସୂର୍ଯ୍ୟ ସମ ଜ୍ୟୋତି
ନିତି ପ୍ରକାଶଇ ।
ବେନି ଆଖି ଚନ୍ଦ୍ର ସୂର୍ଯ୍ୟ
ତତ୍ତ୍ବଦର୍ଶୀ କହେ,
ଦିନ ପରେ ରାତି ଆସେ
ଆଖି ସାକ୍ଷୀ ଥାଏ ।
ଉଦେ ଅସ୍ତ ଦରଶନ
ତୋ ଆଖିରେ ଦିଶେ,
ବେନି ଚକା ଆଖି ମଧ୍ୟେ
ଜଗତ ପ୍ରକାଶେ ।
ଏକ ସାଥେ ଚନ୍ଦ୍ର ସୂର୍ଯ୍ୟ
ଉଦେ ଅସ୍ତ ଦୃଶ୍ଯ,
ଦିବା ନିଶି ସାନ୍ଧ୍ୟ ପ୍ରାତଃ
ହୁଅଇ ପ୍ରକାଶ ।
ସକଳ ପ୍ରମାଣ ତୁମେ
ଏକା ଜଗନ୍ନାଥ,
ଏଣୁ ଚକା ଚକା ଆଖି
ତୁମ୍ଭେ ହିଁ ବହିଛ ।
ଦିନ ରାତି ଚନ୍ଦ୍ର ସୂର୍ଯ୍ୟ
ଆଖିରେ ଦର୍ଶନ,
ତୋ ଆଖି ମୋ ଆଖି ହେଉ
ଦିଅ ଦିବ୍ଯ ଜ୍ଞାନ ।
ଗଦାଧର ସାହୁ
ବ୍ରହ୍ମଗିରି,ପୁରୀ