ଦିବ୍ୟଜୀବନର ଆଧ୍ୟାତ୍ମିକ୍ ସମ୍ମିଳନୀର ପ୍ରସ୍ତୁତି ବୈଠକ
ସୋରଡା , (ଯୁଗାବ୍ଦ ନ୍ୟୁଜ) : ସୋରଡା ବ୍ଲକ ବଡ଼ଗଡ଼ଠାରେ ଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ସମ୍ମାନନୀୟ ପୁରୀ ଗଜପତି ମହାରାଜ ଦିବ୍ୟ ସିଂହଦେବଙ୍କ ଆଗମନ ନିମେନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବଡ଼ଗଡ଼ ଦିବ୍ୟଜୀବନ ସଂଘଶାଖା ଦ୍ୱାରା ଆସନ୍ତା ୨୬ ତାରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବଡ଼ଗଡ଼ଠାରେ ପଂଚ ଦିବସୀୟ ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତହେବ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଗଜପତି ମହାରାଜଶ୍ରୀ ଦିବ୍ୟସିଂହ ଦେଓ ଗୁରୁବାରସଂଧ୍ୟା ୫ ଘଂଟା ସମୟରେ ଉଦ୍ଘାଟନ କରିବେ । ଦିବ୍ୟଜିବନ ସଂଘ, ଚିନ୍ମୟମିଶନ୍, ଭାଗବତ ଆଶ୍ରମ, ସାଧନା ସଦନ ଆଦି ଆଧ୍ୟାତ୍ମିକ ଅନୁଷ୍ଠାନର ବରଣ୍ୟ ସାଧୁସନ୍ଥ ମଣ୍ଡଳ ସ୍ଥାନୀୟ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ରସ୍ୱାଇଁ, ସାଂସଦ ଆସିକା- ପ୍ରମିଳା ବିଷୋୟୀ, ବଡ଼ଗଡ଼ ରାଜା ସାହେବ କିଶୋରୀ ଚରଣସିଂ, ବିଶିଷ୍ଟ ଅତିଥି ଭାବେ ଯୋଗଦାନ କରିବେ । ଦକ୍ଷିଣ ଓଡ଼ିଶାସମନ୍ୱୟ ସମିତିର ମୁଖ୍ୟ ସଂଗଠକ ଜୟଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଜିର ପ୍ରସ୍ତୁତି ବୈଠକରେ ସ୍ୱାମୀ ହରିଶା ନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ରାମ ଦାସାନନ୍ଦ , ସରସ୍ୱତୀ ମହାରାଜ, ସମନ୍ୱୟ ସମିତିର ସଭାପତି ବିପ୍ରଚରଣ ପାତ୍ର , ଉପ ସଭାପତି କୁଞ୍ଜ ବିହାରୀ ପାଢ଼ୀ, ସମ୍ପାଦକ ପ୍ରକାଶଚନ୍ଦ୍ର ରଥ, ଲଳିତ ପଟ୍ଟନାୟକ, ଦେବହରିମହାନ୍ତି, କୃଷ୍ଣଚନ୍ଦ୍ର ପତୀ, ଜବାହାରଲାଲ ପାତ୍ର, ବଡ଼ଗଡ଼ ଦିବ୍ୟଜୀବନ ସଂଘଶାଖାରସଭାପତି ସି.ଏଚ. ରାଜେଶ୍ୱର ପାତ୍ର, ସମ୍ପାଦକ- ବ୍ରହ୍ମଚାରୀମଣିଭାଇ, ବଂଶୀଧର ପଣ୍ଡା, ସହ-ସମ୍ପାଦକ- ଭାବଗ୍ରାହୀମହାପାତ୍ର, ପିତବାସ ନାୟକ, କିଶୋରଚନ୍ଦ୍ର ପଣ୍ଡା, କିଶୋରମୋହନ ପାତ୍ର, ବିରଜା ପ୍ରସାଦ ଗୌଡ଼, ଭଗବାନ ବେହେରା, ନାରାୟଣବେହେରା, ଭଗବାନ ସାହୁ, ଶିବଶଙ୍କରସାହୁ, ଶିବ ପ୍ରସାଦ ସାହୁ, ରାମଚନ୍ଦ୍ରବେହେରା, କୈଳାଶଚନ୍ଦ୍ର ନାୟକ, କୃଷ୍ଣଚନ୍ଦ୍ର ନାୟକ, ଇ. ଦିଲ୍ଲୀପ କୁମାର ପାତ୍ର, ଏ. ବାଲେଶ୍ୱରଶରାଫ, ଏ. ଅକ୍ଷୟସରାଫ ପ୍ରସ୍ତୁତି ବୈଠକ ଆୟୋଜନ କରିଥିଲେ । ବଡ଼ଗଡ଼ଗ୍ରାମବାସୀଙ୍କତରଫରୁକିଶୋରଚନ୍ଦ୍ର ପଣ୍ଡାସମସ୍ତେ ତଦାରଖକରିଥିଲେ । ଗ୍ରାମରବରିଷ୍ଠ ସଦସ୍ୟମାନେ ସହଯୋଗ କରିଥିଲେ ।


