ଦିବ୍ୟଜୀବନ ସଂଘ ଦ୍ୱାରା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ସୋମବାର ଦିନ ଗୋସାଇଁ ନୂଆଗାଁ ଓଭରବ୍ରିଜ ନିକଟସ୍ଥ ଓମ୍ ବିହାରଠାରେ ସ୍ୱାମୀହରିଶାନନ୍ଦ ସରସ୍ୱତୀ ମହାରାଜଙ୍କ ଅଧ୍ୟକ୍ଷତାରେ ଦିବ୍ୟଜବୀନ ସଂଘ ଦ୍ୱାରା ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ସ୍ୱତନ୍ତ୍ର ସତ୍ସଙ୍ଗର ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜୟ ଗଣେଶ କୀର୍ତନ, ଗୁରୁ ସ୍ତୋତ୍ର, ଜପଧ୍ୟାନ, ସ୍ୱାମୀଶିବାନନ୍ଦ ଚିଦାନନ୍ଦ ଅର୍ଚ୍ଚନା ବିଶ୍ୱର କଲ୍ୟାଣ ଓ ମଙ୍ଗଳ ନିମନ୍ତେ ତଥା ଭାରତର ବିଭିନ୍ନ ରାଜ୍ୟରେ ଯେଉଁ ଅଶାନ୍ତ ସୃଷ୍ଟି କରି ପୋଡ଼ାଜଳା ହେଉଛି ତାର ଶାନ୍ତିକାମନା ନିମନ୍ତେ ହୃଦୟ ପୂର୍ବକ ପ୍ରାର୍ଥନା କରିବା ସହ ଆଧ୍ୟାତ୍ମିକ ବାଣୀର ଆଶ୍ରି ବଚନ ସ୍ୱାମୀଜୀ କହିଥିଲେ । ଭଗବାନଙ୍କ ନାମରେ ଯେଉଁ ପ୍ରସାର ପ୍ରଚାର, ସୋସିଆଲ ମିଡ଼ିଆ, ପିଂଟମିଡ଼ିଆ, ଇଲୋକ୍ଟ୍ରୋନିକ୍ ମିଡ଼ିଆ ଦ୍ୱାରା କରାଯାଉଛି ଏତେ ପରିମାଣରେ ପରିଶ୍ରମ କରାଯାଉଛି ଧନ ଖର୍ଚ୍ଚ କରାଯାଉଛି କିନ୍ତୁ କୋଟିକରୁ ଗୋଟିଏ ନିଜ ଜୀବନରେ ପରିବର୍ତନ ଆଣିସାଧନାରେ ଅଗ୍ରଗତି କରୁଛନ୍ତି । କାରଣ ସ୍ୱାର୍ଥପର ଦୁନିଆରେ ଅଧିକ ପରିମାଣରେ ଛନ୍ଦ ମନ୍ଦ କୁଟ କପଟ ରଖି ଓ ଧନ ମାନ ସମ୍ମାନରେ ନିଜ ଜୀବନ ବିତାଉଥିବାରୁ ଅନ୍ୟମାନଙ୍କ ଉପରେ ପ୍ରଭାବ ପଡ଼େ ନାହିଁ । ଏହି କାର୍ଯ୍ୟକ୍ରମରେ ସଚ୍ଚିତା ରାଣୀକର, କ୍ଷେତ୍ର ମୋହନ ବେହେରା, ଗିରିଜା ନନ୍ଦନ ନାୟକ, ଜାହ୍ନବୀ ବେହେରା, ହରପ୍ରିୟା କର, ଜୋତ୍ସନା ବେହେରା, କୃଷ୍ଣଚନ୍ଦ୍ର କର ଗୋଷାଣି ନୂଆଗାଁର ବହୁ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ପରିଶେଷରେ ସଚ୍ଚିତାରାଣୀ କର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣକରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ