ଦିବ୍ୟଶଙ୍କର ଗିରିଫ ଦାବିରେ ଗଂଜାମ କଂଗ୍ରେସର ବିକ୍ଷୋଭ
ଗଂଜାମ, (ବିନୋଦ ପଲାଇ) : ମମିତା ମେହର ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ଓ ଗିରିଫ ଦାବିରେ ,ଓଡ଼ିଶା କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ଓ ହାଇକୋର୍ଟର ନିର୍ଦ୍ଦେଶ ପ୍ରକାରେ ଆଜି ଗଂଜାମ ବ୍ଲକ କଂଗ୍ରେସ ପକ୍ଷରୁ ରାଲି, ବିକ୍ଷୋଭ ,ପ୍ରଦର୍ଶନ କରାଯାଉଛି । ଗଂଜାମ ବ୍ଲକ କଂଗ୍ରେସ କମିଟି ସଭାପତି ଏନ.ଗଣେଶ ରେଡ୍ଡିଙ୍କ ନେତୃତ୍ୱରେ ଆଜି ଏକ ବାଇକ ରାଲି ବାହାରି ସହ ଗଞ୍ଜାମ ବ୍ଲକ ଓ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଗୃହ ରାଷ୍ଟ୍ରମନ୍ତି ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ଗିରିଫ କରାଯିବା,ପିଡିତା ମହିଳା ପରିବାରକୁ ସୁରକ୍ଷା, ଆର୍ଥିକ ସହାୟତା ଏବଂ ଘଟଣାର ସିବିଆଇ ତଦନ୍ତ କରାଯିବା, ପ୍ରମୁଖ ଦାବିନେଇ ଏକ ସ୍ମାରକପତ୍ର ପୃଥକ ,ପୃଥକ ଭାବେ ଗଞ୍ଜାମ ବିଡ଼ିଓ, ଏନଏସି କାର୍ଯ୍ୟନିର୍ବାହୀଙ୍କୁ ପ୍ରଦାନ କରିଥିଲେ । ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ନଗର କଂଗ୍ରେସ ସମ୍ପାଦକ ଟୁନା ଶତପଥୀ, ଦୀପକ ନାୟକ, ଶ୍ରୀକାନ୍ତ ପଣ୍ଡା, ଚନ୍ଦ୍ରରାଓ ପ୍ରଧାନ, ଦୀପକ ନାୟକ, ରାଜେଶ ପଟ୍ଟନାୟକ, ରବୀନ୍ଦ୍ର ନାୟକ, ଆର.ନବଘନ ରେଡ୍ଡି, ପର୍ଶୁରାମ ପରିଡା, ଟୁକୁନା ମହାଙ୍ଗୁଡ଼, ଜି.ପ୍ରମୋଦ ରେଡି, ତ୍ରିପତି ରେଡି, ଶଙ୍କର ରେଡ୍ଡି, ସୋନୁ ଗୌଡ଼, କୃଷ୍ଣ ଦାସ,ହରପ୍ରସାଦ ଜେନା, ବୁଲୁ ରେଡ୍ଡି ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇଥିଲେ ।


