ଦିବ୍ୟସିଂହପୁର,ଭାଗିରଥିପୁରରେ ମହାଆଡ଼ମ୍ବରରେ ସମାପନ ହେଲା ଦେବ ଦମ୍ପତିଙ୍କ ବିବାହ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଦିବ୍ୟସିଂହପୁର ଏବଂ ଭାଗିରଥୀପୁର ଶାସନ ଗ୍ରାମରେ ମହା ଆଡମ୍ବରରେ ହର ପାର୍ବତୀଙ୍କ ଶୀତଳଷଷ୍ଠୀ ଯାତ୍ରା ସମାପନ ହୋଇଯାଇଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପନ୍ନ ହେବା ସହ ଭବ୍ଯ ଶୋଭାଯାତ୍ରାରେ ବର କନ୍ୟା ରୂପରେ ପ୍ରଭୁ ମହାଦେବ ଓ ମାତା ପାର୍ବତୀଙ୍କ ଚଳନ୍ତି ପ୍ରତିମା ନଗର ପରିକ୍ରମଣ କରିଥିଲେ ।ବର ପିତା ଭାବେ ରାଧା ଗୋବିନ୍ଦ ତ୍ରିପାଠୀ ଏବଂ କନ୍ୟା ପିତା ରୂପେ ପଣ୍ଡିତ ବାସୁଦେବ ମିଶ୍ରଙ୍କ ପୁତ୍ର ତଥା ସମ୍ବାଦିକ ସନ୍ତୋଷ କୁମାର ମିଶ୍ର ଏବଂ ଭାଗିରଥିପୁର ସାଶନରେ ବର ପିତା ସୀମାଞ୍ଚଳ ରଥ ଓ କନ୍ୟା ପିତା ସୁରେନ୍ଦ୍ର ରଥ ଦେବଦମ୍ପତିଙ୍କ ବିବାହ କାର୍ଯ୍ଯ ସମ୍ପନ୍ନ କରିବାର ସୌଭାଗ୍ଯ ଅର୍ଜନ କରିଥିଲେ ।ଗୋଧୂଳି ଲଗ୍ନରେ ବାଜା, ବାଣ, ରୋଷଣୀ ଓ ପଟୁଆରରେ ଦେବ ଦେବ ମହାଦେବଙ୍କ ସହ ଶ୍ରଦ୍ଧାଳୁ ମାନଙ୍କ ସହ ଗ୍ରାମ ପରିକ୍ରମା ପରେ ମଣ୍ଡପରେ ପହଂଚି ଦେବ ଦମ୍ପତିଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିବାହରେ କନ୍ୟାଘର ତରଫରୁ ମହାଦେବଙ୍କୁ ଯାନୀ ଯୌତୁକ ସହ ବନ୍ଦାଣ କରାଯାଇ ଅଭ୍ୟର୍ଥନା ଦେଇ ବିବାହ ସମାପନ ହୋଇଥିଲା। ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ଉପଲକ୍ଷେ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଦେବ ଦମ୍ପତିଙ୍କ ଆଶୀର୍ବାଦ ନେଇଥିଲେ। ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ସମସ୍ତ କାର୍ଯ୍ୟକ୍ରମକୁ ଦିବ୍ୟସିଂହପୁର ଗ୍ରାମ କମିଟି ସଭାପତି ସୁଧାଂଶୁ ଶେଖର ମିଶ୍ର, ସମ୍ପାଦକ ସୁଧାଂଶୁ ଶେଖର ଶତପଥୀ, ଦୁର୍ଗାଚରଣ ଶତପଥୀ, ପ୍ରଫୁଲ ଶତପଥୀ ଯାତ୍ରା କମିଟି ଭାବେ ଜଗନ୍ନାଥ ମିଶ୍ର,ଜଗଦୀଶ ତ୍ରିପାଠୀ, ଅକ୍ଷୟ ମିଶ୍ର ଏବଂ ଭାଗିରଥିପୁର ସାଶନ ଗ୍ରାମର ପରିଚାଳନା କମିଟି ସୁରେସ ଚନ୍ଦ୍ର ମିଶ୍ର ସମ୍ପାଦକ,ନିରଞ୍ଜନ ମିଶ୍ର,ସୀମାଞ୍ଚଳ ରଥ ସଭାପତି, ପ୍ରତାପ କେଶରୀ ମିଶ୍ର,ଭାରତୀ ଭୁଷଣ ତ୍ରିପାଠୀ ଏବଂ ଗ୍ରାମବାସୀ ଉପସ୍ଥିତ ରହି ସୁଚାରୁ ରୂପେ ପରିଚାଳନା କରିଥିଲେ।


