ଦିବ୍ୟସିଂହପୁରରେ ରୀତିନୀତି ଅନୁସାରେ ଦିନକ ପରେ ଶିବପାର୍ବତୀଙ୍କ ବିବାହ ସମ୍ପନ୍ନ

ଛତ୍ରପୁର, (ଓ୍ବାଇଏନ୍ଏସ୍): ବଉଳଗାଁ ପଞ୍ଚାୟତର ଦିବ୍ୟସିଂହପୁର ଗାଁରେ ଶିବପାର୍ବତୀଙ୍କ ବିବାହର ଏକ ଭିନ୍ନ ପରମ୍ପରା ରହିଛି। ଏଠାରେ ନିର୍ଦ୍ଧାରିତ ଦିନକ ପରେ ଶିବପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଥାଏ। ତେଣୁ ସବୁଆଡେ ଗୁରୁବାର ଶିବପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଥିବା ବେଳେ ଶୁକ୍ରବାର ଏଠାରେ ବିବାହ ହୋଇଥିଲା l ଏହି ପରିପ୍ରେକ୍ଷୀରେ ଗୋଧୂଳି ଲଗ୍ନରେ କନ୍ୟା ବିଦାୟ ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ଦେବଦମ୍ପତି ନଗର ପରିକ୍ରମା କରି ଗ୍ରାମବାସୀଙ୍କୁ ଦର୍ଶନ ଦେଇଥିଲେ। ରାଧାଗୋବିନ୍ଦ ତ୍ରିପାଠୀ ବର ପିତା ଓ ବାସୁଦେବ ମିଶ୍ର କନ୍ୟା ପିତା ଭାବେ ଦାୟିତ୍ୱ ସମ୍ପର୍ଣ୍ଣ କରିଥିଲେ। ପୁରୋହିତ ପୂର୍ଣ୍ଣଚନ୍ଦ୍ର ଶତପଥି ବିବାହ କାର୍ଯ୍ୟ କରିଥିଲେ। ନଗର ପରିକ୍ରମା ପରେ ଅସ୍ଥାୟୀ ମଣ୍ଡପରେ ଶିବପାର୍ବତୀ ଆରୂଢ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟ ରେ ସନ୍ତୋଷ ମିଶ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗଦେଇ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ