ଦିବ୍ୟସିଂହ ପାଲଟାସିଂହ ଥିଲେ ଏକ ଅମ୍ଲାନ ପ୍ରତିଭା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହିମା ଧର୍ମର ପ୍ରଚାରକ ତଥା ଏ ଅଞ୍ଚଳର ଜଣେ ଅମ୍ଲାନ ପ୍ରତିଭା ଥିଲେ ଦିବ୍ୟସିଂହ ପାଲଟାସିଂହ । ଭୁବନେଶ୍ୱର ଉପକଣ୍ଠ ଗଡ଼କାଇମାଟିଆ ଗ୍ରାମରେ ଗୃହସ୍ଥ ମହିମା ଧର୍ମ ପ୍ରଚାରକ ଦିବ୍ୟସିଂହ ବାବୁଙ୍କ ଏକାଦଶାହ ଅବସରରେ ସ୍ମୃତିସଭାରେ ଯୋଗଦେଇ ବିଭିନ୍ନ ବକ୍ତାମାନେ ଏହା ପ୍ରକାଶ କରିଛନ୍ତି । ବରିଷ୍ଠ ଯୁବ ସାମ୍ବାଦିକ ସଞ୍ଜୟ କୁମାର ସୁବୁଦ୍ଧିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ଯୋଗଦେଇ ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ମୁକ୍ତିଲତା କହିଲେ ଯେ, ସମାଜର ସୁରକ୍ଷା ତଥା କବଚ ହେଉଛନ୍ତି ସାଧୁସନ୍ଥମାନେ । ତାଙ୍କ ଦିଗ୍ଦର୍ଶନରେ ସମାଜ ଅଗ୍ରଗତି କରିଥାଏ । ଏହି ଅବସରରେ ପାଇକ ମହାସଂଘର ରାଜ୍ୟ ସଂଯୋଜକ କେଦାର ଦାସ ଯୋଗଦେଇ ଦିବ୍ୟସିଂହ ବାବୁଙ୍କ ଜୀବେଦୟା ତଥା ପରୋପକାରିତା ବିଷୟରେ ଉଲ୍ଲେଖ କରିଥିଲେ । କଟକ ଜିଲ୍ଲା ପାଇକ ମହାସଂଘର ସଭାପତି ରାଜକିଶୋର ବେହେରା ଯୋଗଦେଇ ଏହିଭଳି ମହାନ ଆତ୍ମା ସମାଜରେ ବାରମ୍ବାର ଜନ୍ମ ନିଅନ୍ତୁ ବୋଲି ପ୍ରକାଶ କରିଥିଲେ ।ଏହି ଅବସରରେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ଡଃ ପ୍ରକାଶ ଶ୍ରୀଚନ୍ଦନ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, କର୍ପୋରେଟର ପ୍ରଭାସିନୀ ମହାନ୍ତି, ବିଜେପି ନେତା ଯଜେ୍ଞଶ୍ୱର ରାଉତରାୟ, ବିଜେଡ଼ି ରାଜ୍ୟ ସମ୍ପାଦକ ସନ୍ତୋଷ ଜେନା ପ୍ରମୁଖ ଯୋଗଦେଇ ଅମ୍ଲାନ ପ୍ରତିଭାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ଦିବ୍ୟସିଂହଙ୍କ ସୁପୁତ୍ର ତଥା ରାଜ୍ୟ ପାଇକ ମହାସଂଘର ସଭାପତି ଅଶୋକ କୁମାର ପାଲଟାସିଂହ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।