ଦିବ୍ୟାଙ୍ଗଙ୍କୁ ଇଣ୍ଡିଆ ଦେଲା ଟ୍ରାଇ ସାଇକେଲ ଓ ହୁଇଲ ଚେୟାର

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ “ଇଣ୍ଡିଆ” ପକ୍ଷରୁ ନିଜ କାର୍ଯ୍ୟାଳୟ ପରିସରରେ ପୋଲସରା ବ୍ଲକ ଓ ବୁଗୁଡ଼ା ବ୍ଲକର ମୋଟ ୩୭ ଜଣ ଦିବ୍ୟାଙ୍ଗମାନଙ୍କୁ ଟ୍ରାଇ ସାଇକେଲ ଓ ହୁଇଲର ଚେୟାର ପ୍ରଦାନ କରାଯାଇଛି। ଆମେରିକାର ଜେ.ଡି.ଫାଉଣ୍ଡେସନ ପକ୍ଷରୁ ସ୍ଵେଚ୍ଛାସେବୀ ସଂସ୍ଥା “ଇଣ୍ଡିଆ” ଜରୀଆରେ ୧୧୮ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ପ୍ରଦାନ କରିବାକୁ ତିନି ଚକିଆ ସାଇକେଲ ଓ ଚକ ଲାଗିଥିବା ଚେୟାର ପଠାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଉପକରଣ ବଣ୍ଟନ କାର୍ଯ୍ୟକ୍ରମରେ ଇଣ୍ଡିଆର ନିର୍ଦେଶକ ଡକ୍ଟର କୁମୁଦ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ବୁଗୁଡ଼ା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରିଣୀ ସୁପ୍ରିୟା ତ୍ରିପାଠୀ ମୁଖ୍ୟ ଅତିଥି, ବାଲିପଦର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବ୍ରଜ କିଶୋର ପାଢ଼ୀ ମୁଖ୍ୟ ବକ୍ତା, ଏବଂ ଅଧିବକ୍ତା ସାଇ ସନ୍ତୋଷିନୀ ପ୍ରଧାନ,ଅଧିବକ୍ତା ସୁଶାନ୍ତ କୁମାର ସେଠୀ, ସମାଜସେବୀ ଲୁଲୁ ପ୍ରଧାନ ଓ ସୂର୍ଯ୍ୟନାରାୟଣ ପରିଡା ସମ୍ମାନୀତ ଅତିଥିଭାବେ ଯୋଗଦାନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୩୭ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଉପକରଣ ପ୍ରଦାନ କରାଯାଇଥିବା ବେଳେ ଆଉ ତିନିଟି ପର୍ଯ୍ୟାରେ ୮୧ ଜଣ ଦିବ୍ୟାଙ୍ଗ ମାନଙ୍କୁ ଉପକରଣ ବଣ୍ଟନ କରାଯିବ । ଏହି କାର୍ଯ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଅଧିକାରୀ ସୀତାଂଶୁ ଭୂଷଣ ଦାସ ପରିଚାଳନା କରିଥିଲା ବେଳେ ଗୋଷ୍ଟି ସଂଗଠକ ସଞ୍ଜୟ ପ୍ରଧାନ, କାହ୍ନୁ ଚରଣ ସେଠୀ, ଶଙ୍କର୍ଷଣ ଗୌଡ଼, ବବିତା ସାହୁ ଓ ଗୋଲକ ବିହାରୀ ଗାଣ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ