ଦିବ୍ୟାଙ୍ଗଙ୍କୁ କୃତିମ ଅଙ୍ଗ ବିତରଣ ଶିବିର
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁର ରୋଟାରୀ କ୍ଲବ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ମାଗଣାରେ ନିମ୍ନ ଅବୟବଙ୍କ ପାଇଁ କୃତିମ ଅଙ୍ଗ ପ୍ରଦାନ ସକ୍ଷମ – ୨ର ପଞ୍ଜୀକରଣ ଶିବିର କ୍ଲବର ଧର୍ମନଗର ୫ମ ଲେନରେ ଥିବା କମ୍ୟୁନିଟି ହଲରେ ଉଦଘାଟିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥିଭାବେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧାକାରୀ ଡଃ.ବିଜୟ କୁମାର ପାଣିଗ୍ରାହି ଯୋଗଦେଇ ରୋଟାରୀ କ୍ଲବର ଏଭଳି କାର୍ଯ୍ୟପାଇଁ ତାଙ୍କୁ ପ୍ରଶଂସା କରିଥିଲେ । କ୍ଲବର ସଭାପତି ପ୍ରଦୀପ କୁମାର ପଣ୍ଡା କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ପ୍ରାକ୍ତନ ସଭାପତି ସକ୍ଷମ-୧ କାର୍ଯ୍ୟକ୍ରମର ସଂଯୋଜକ ଅଜିତ କୁମାର ପୃଷ୍ଟି ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ କାର୍ଯ୍ୟକ୍ରମର ସମ୍ପୁର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ ସୁଧାଂଶୁ କୁମାର ଖଡଗରାୟ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୧୫୦ଜଣ ଦିବ୍ୟାଙ୍ଗ କୃତିମ ଅଙ୍ଗ ଗ୍ରହଣ ପାଇଁ ପଞ୍ଜୀକରଣ କରିଛନ୍ତି । ଉକ୍ତ ଶିବିରରେ ନିମ୍ନ ଅବୟର ସଂଜୋଗୀକରଣ ପାଇଁ କଲିକତାର ମହାବୀର ସେବା ସଦନର ସ୍ୱେଚ୍ଛାସେବୀ ବୃନ୍ଦ ମାନେ ଉପଭୋକ୍ତାଙ୍କର ଆବଶ୍ୟକୀୟ ଆକାର ଓ ଆକୃତି ଯାଞ୍ଚ କରି ନିର୍ଦ୍ଧାରଣ କରିଥିଲେ । ଆସନ୍ତା ନଭେମ୍ବର ୧୮ରୁ ଦିବ୍ୟାଙ୍ଗ ମାନଙ୍କୁ କୃତିମ ଅଙ୍ଗ ବିତରଣ କରାଯିବା ନେଇ କ୍ଲବ ପକ୍ଷରୁ ସୁଚନା ଦିଆଯାଇଛି । ରାଜ୍ୟର ଗଞ୍ଜାମ ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲା ତଥା ପଡୋଶୀ ଆନ୍ଧ୍ରପ୍ରଦେଶ ର ଉପଭୋକ୍ତମାନେ ଏହି ଶିବିରରେ ଯୋଗଦେଇ ପଞ୍ଜୀକରଣ କରିଥିଲେ ।


