ଦିବ୍ୟାଙ୍ଗଙ୍କୁ ଖାଦ୍ୟବସ୍ତ୍ର ବଣ୍ଟନ କଲେ ସୌରଭ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଆଜିର ସ୍ୱାର୍ଥପର ଦୁନିଆରେ ବହୁ କମ୍ ବ୍ୟକ୍ତି ସାମାଜିକ କାର୍ଯ୍ୟ କରିବାକୁ ଆଗେଇ ଆସିଥାନ୍ତି । ମାତ୍ର ବନ୍ତ ଗ୍ରାମର ଉଦୟନାଥ ସେଠୀଙ୍କ ପୁତ୍ର ତଥା ଯୁବ ଧାବକ ସୌରଭ ସେଠୀ ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟ କରି ନିଜର ମାନବିକତାର ପରିଚୟ ଦେଖାଇ ଆସିଛନ୍ତି । ଗତକାଲି ବନ୍ତ ଲକ୍ଷ୍ମୀ ବଜାର ଠାରେ ଜନୈକ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଖାଦ୍ୟବସ୍ତ୍ର ପ୍ରଦାନ କରିଥିବା ବେଳେ ଏଥିପୂର୍ବରୁ ବନ୍ତ ବଜାରରେ ୨ ଜଣ ଦିବ୍ୟାଙ୍ଗଙ୍କୁ ସହାୟତା କରିଥିଲେ । ସେନାବାହିନୀରେ ଯୋଗ ଦେଇ ଦେଶମାତୃକାର ଗୌରବ ରଖିବାକୁ ଇଛା ରଖିଥିବା ସୌରଭ ଦୈନନ୍ଦିନ ଦୌଡିବା ଅଭ୍ୟାସ ଜାରି ରଖିଛନ୍ତି । ନିଜର ଦୃଢ ମନୋବଳ ଯୋଗୁ ସେ ଗତ ଜାନୁଆରୀ ମାସରେ ବନ୍ତରୁ ଘଟଗାଁ ଓ ପୁରୀ ପର୍ଯ୍ୟନ୍ତ ଦୀର୍ଘ ରାସ୍ତା ଦୌଡି ରାଜ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରାଗଲେ ଭବିଷ୍ୟତରେ ସେ ଜଣେ ଭଲ କ୍ରୀଡାବିତ୍ ହୋଇପାରିବେ ବୋଲି ଅଞ୍ଚଳବାସୀ ଅଶାବ୍ୟକ୍ତ କରିଛନ୍ତି ।