ଦିବ୍ୟାଙ୍ଗଙ୍କ ପାଇଁ ଟିଭି କାର୍ଯ୍ୟକ୍ରମ ମାନକ ଲାଗୁ କଲାସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ସାଙ୍କେତିକ ଭାଷାରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମର ପ୍ରସାରଣ କରିବେ ଘରୋଇ ଟିଭି ଚ୍ୟାନେଲ

ଦୂରଦର୍ଶନ ପ୍ରତ୍ୟେକ ବର୍ଷ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ଉଦବୋଧନ ଏବଂ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ପ୍ରସାରଣ ଦିବ୍ୟାଙ୍ଗ ଜନଙ୍କ ବୁଝିବା ଭଳି ସାଙ୍କେତିକ ଭାଷାରେ ମଧ୍ୟ କରିଆସୁଛି । ଚଳିତ ବର୍ଷ ମଧ୍ୟ, ରାଷ୍ଟ୍ରପତିଙ୍କ ସମ୍ବୋଧନ ଏବଂ ଲାଲକିଲ୍ଲାରେ ଆୟୋଜିତ ସମାରୋହର ସିଧା ପ୍ରସାରଣ ଡିଡି ଭାରତୀ ଚ୍ୟାନେଲରେ ସାଂକେତିକ ଭାଷାରେ କରାଯିବ । ଚଳିତ ସ୍ୱାଧୀନତା ଦିବସରେ ଦିବ୍ୟାଙ୍ଗ ଅଧିକାର ଆଇନର କାର୍ଯ୍ୟାନ୍ୱୟନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଦିବ୍ୟାଙ୍ଗଜନଙ୍କ ପାଇଁ ବୁଝିହେବା ଭଳି ମାନର କାର୍ଯ୍ୟକ୍ରମ ପ୍ରସାରଣ କରିବାର ନିୟମ ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ପାଇଁ ଲାଗୁ କରାଯିବା ନିମନ୍ତେ ନିଷ୍ପତି ନିଆଯାଇଛି ।
ଚଳିତ ବର୍ଷ ସ୍ୱାଧୀନତା ଦିବସରେ ଆରମ୍ଭ କରାଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଘରୋଇ ଟିଭି ନ୍ୟୁଜ ଚ୍ୟାନେଲଗୁଡ଼ିକୁ କୁହାଯାଇଛି ଯେ ସେମାନେ ୧୫ ଅଗଷ୍ଟ ଅପରାହ୍ଣ/ସନ୍ଧ୍ୟାରେ ସ୍ୱାଧୀନତା ଦିବସ ସମାରୋହ ସମ୍ପର୍କରେ କ୍ଷୁଦ୍ର ଅବଧିର କାର୍ଯ୍ୟକ୍ରମ ସାଂକେତିକ ଭାଷାରେ ପ୍ରସାରଣ କରିବେ । ଚ୍ୟାନେଲଗୁଡ଼ିକୁ କୁହାଯାଇଛି ଯେ ସେମାନେ ସାଂକେତିକ ଭାଷାରେ ନିଜସ୍ୱ କାର୍ଯ୍ୟକ୍ରମ ପ୍ରସ୍ତୁତ କରିପାରିବେ କିମ୍ବା ସେମାନେ ଚାହିଁଲେ ଡିଡି ନ୍ୟୁଜ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବୁଲେଟିନକୁ ନିଃଶୁଳ୍କ ପ୍ରସାରଣ କରିପାରିବେ । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅମିତ ଖରେ ଆଇଆଇସି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।  କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଦିବ୍ୟାଙ୍ଗଜନଙ୍କ ବୁଝିହେବା ଭଳି ଟିଭି କାର୍ଯ୍ୟକ୍ରମ ପ୍ରସାରଣରେ ଅଗ୍ରଣୀ ଭୂମିକା ନିର୍ବାହ ଲାଗି ସ୍ୱତନ୍ତ୍ର ଜୁରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ