ଦିବ୍ୟାଙ୍ଗମାନଙ୍କ ନିମନ୍ତେ ସୁରକ୍ଷା ଓ ନିରାପତା ନିର୍ଦ୍ଦେଶାବଳୀ ଜାରି
ନୂଆଦିଲ୍ଲୀ : କରୋନା ମହାମାରୀକୁ ଆଖି ଆଗରେ ରଖି କେନ୍ଦ୍ର ସାମାଜିନ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକରେ ବସବାସ କରୁଥିବା ଦିବ୍ୟାଙ୍ଗମାନଙ୍କ ସୁରକ୍ଷା ଓ ନିରାପତା ପାଇଁ ବିସ୍ତୃତ ନିୟମାବଳୀ ଜାରି କରିଛନ୍ତି । ବିଶ୍ୱବ୍ୟାପୀ ଦେଖାଦେଇଥିବା କରୋନା ମହାମାରୀକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ନିରାକରଣ ନିମନ୍ତେ କେତେକ ଜରୁରିକାଳୀନ ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି । ଭାରତ ସରକାର ଏହାକୁ ଏକ ଜାତୀୟ ବିପତି ଭାବେ ବିବେଚନା କରି ଜାତୀୟ ବିପତି ପରିଚାଳନା ଆଇନ ୨୦୦୫ ଅଧିନରେ ଏଥିପାଇଁ ଆବଶ୍ୟକ ନିୟମାବଳୀମାନ ଘୋଷଣା କରିଛନ୍ତି ।
କେନ୍ଦ୍ର ସରକାରଙ୍କ ମୁଖ୍ୟ ସଂସ୍ଥା ଭାବେ ଭାରତ ସରକାରଙ୍କ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ସାଧାରଣ ଲୋକ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ କେତେକ ନିୟମାବଳୀ ପ୍ରଣୟନ କରିଛନ୍ତି । ଏଗୁଡିକ ୱେବସାଇଟ ଙ୍ଗଙ୍ଗଙ୍ଗ.ଜ୍ଞକ୍ଟଷଲଙ୍ଗ.ଶକ୍ଟଙ୍ଖ.ସଦ୍ଭରେ ଉପଲବ୍ଧ ଅଛି । ଏଥିରେ ଅର୍ନ୍ତଭୂକ୍ତ ବିଷୟଗୁଡିକ ହେଲା –
1, ନାଗରୀକ ଓ ସର୍ବାଗ୍ରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସଚେତନତା ସାମଗ୍ରୀ (ଇଂରାଜୀ ଓ ହିନ୍ଦୀରେ). 2, ଜନସମାଗମ ଓ ସାମାଜିକ ଦୂରତ୍ୱ ନେଇ ଉପଦେଶାବଳୀ. 3, ରୋଗୀ ସେବା ନେଇ ହସ୍ପିଟାଲ ଏବଂ ଟେଲି ମେଡିସିନ ବ୍ୟବହାରକାରୀଙ୍କ ପାଇଁ ନିୟମାବଳୀ, 4, ସାଧାରଣ ହେଲ୍ପ ଲାଇନ ନମ୍ବର – ୧୦୭୫, ୦୧୧-୨୩୯୭୮୦୪୬, ୯୦୧୩୧୫୧୫୧୫. 5, ବାରମ୍ବାର ପଚାରା ଯାଉଥିବା ପ୍ରଶ୍ନ, କୋଭିଡ-୧୯ ସମଗ୍ର ଜନସମାଜ ଉପରେ ପ୍ରଭାବ ବିସ୍ତାର କରୁଥିବା ବେଳେ ଦିବ୍ୟାଙ୍ଗମାନଙ୍କ ପାଇଁ ଶାରିରୀକ ଅସମର୍ଥ୍ୟ ଯୋଗୁଁ ଏହାକୁ ସ୍ୱତନ୍ତ୍ର ଭାବେ ବିବେଚନା କରାଯାଉଛି । ସେଥିପାଇଁ ସେମାନଙ୍କ ଅସମର୍ଥ୍ୟ ପାଇଁ ଆବଶ୍ୟକ ନିର୍ଦ୍ଦିଷ୍ଟ ବିଷୟ ନିରୁପଣ କରାଯାଇ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ସର୍ବାଗ୍ରେ ବାଂଛନିୟ । ଶାରିରୀକ ଅସମର୍ଥ୍ୟ ଆଇନ ୨୦୧୬ର ଧାରା ୮ ଅନୁସାରେ ଏଭଳି ପରିସ୍ଥିତିରେ ଦିବ୍ୟାଙ୍ଗମାନଙ୍କର ଅନ୍ୟମାନଙ୍କ ଭଳି ସମାନ ସୁରକ୍ଷା ଅଧିକାର ରହିଛି । ଜାତୀୟ, ରାଜ୍ୟ ଓ ଜିଲ୍ଲା ସ୍ତରରେ ଥିବା ଆପଦା ପରିଚାଳନା କର୍ତୃପକ୍ଷ ଏଥିନେଇ ଦିବ୍ୟାଙ୍ଗମାନଙ୍କୁ ସମସ୍ତ ବିଷୟ ଅବଗତ କରାଇବାକୁ ଆଇନରେ ବ୍ୟବସ୍ଥା ଅଛି । ଦିବ୍ୟାଙ୍ଗ ପରିଚାଳନା ଆୟୁକ୍ତମାନଙ୍କୁ ଏହି କର୍ତୃପକ୍ଷର କର୍ମକର୍ତାମାନେ ଆପଦା ପରିଚାଳନା ସମୟରେ ଏ ବିଷୟରେ ଅବଗତ କରାଇବେ । ୨୦୧୯ ସେପ୍ଟେମ୍ବରରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନ୍ତର୍ଗତ ଜାତୀୟ ଆପଦା ପରିଚାଳନା କର୍ତୃପକ୍ଷ ଦିବ୍ୟାଙ୍ଗମାନଙ୍କ ଆପଦକାଳୀନ ବିପଦ ପ୍ରଶମନ ନେଇ ଏକ ନିର୍ଦ୍ଦେଶାବଳୀ ଜାରି କରିଥିଲା । ଚଳିତ ମାସ ୨୪ ତାରିଖ ଦିନ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିଭିନ୍ନ କର୍ତୃପକ୍ଷଙ୍କୁ କୋଭିଡ-୧୯ ସଂକ୍ରମଣ ରୋକିବା ଦିଗରେ ୨୧ ଦିନିଆ ଲକଡାଉନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ଯାହାକି ୨୫ ତାରିଖ ଠାରୁ ଲାଗୁ ହୋଇଛି । କେନ୍ଦ୍ର ଗୃହ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିୟମାବଳୀଗୁଡିକ ସମସ୍ତ ନାଗରୀକମାନଙ୍କ ପାଇଁ ଲାଗୁ ହେଉଥିବା ବେଳେ ବିଭିନ୍ନ ରାଜ୍ୟ ଓ ଜିଲ୍ଲା କର୍ତୃପକ୍ଷ ଏହି ମହାମାରୀ କାଳରେ ଦିବ୍ୟାଙ୍ଗମାନଙ୍କ ସୁରକ୍ଷା ଓ ନିରାପତା ପାଇଁ ବିଶେଷ ଧ୍ୟାନ ଦେବେ ।
ସାଧାରଣ କାର୍ଯ୍ୟକ୍ରମ-
1, କୋଭିଡ-୧୯ ସଂକ୍ରାନ୍ତ ସମସ୍ତ ନିର୍ଦ୍ଦେଶାବଳୀ ସରଳ ଓ ସ୍ଥାନୀୟ ଭାଷାରେ ଲୋକଙ୍କୁ ଅବଗତ କରାଯିବ । ଦିବ୍ୟାଙ୍ଗମାନଙ୍କୁ ବୁଝିବା ପାଇଁ ଏଗୁଡିକୁ ବ୍ରେଲି ଏବଂ ଚକ୍ଷୁହୀନ ବ୍ୟକ୍ତିଙ୍କ ପାଇଁ ଅଡିଓ ଟେପ ଏବଂ ଶ୍ରବଣବାଧିତ ବ୍ୟକ୍ତିଙ୍କ ପାଇଁ ଅନ୍ୟାନ୍ୟ ଦୃଶ୍ୟଶ୍ରାବ୍ୟ କଥାବସ୍ତୁ ଯୋଗାଇ ଦିଆଯିବ ।
2, କୋଭିଡ-୧୯ ମୁକାବିଲା ଲାଗି ନିଯୁକ୍ତ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଭଳି ଦିବ୍ୟାଙ୍ଗମାନଙ୍କୁ ବୁଝାଉଥିବା ବ୍ୟକ୍ତିମାନେ ମଧ୍ୟ ସମାନ ସୁରକ୍ଷା ପାଇବେ । 3, ଦିବ୍ୟାଙ୍ଗମାନଙ୍କ ଅଧିକାର ଓ ସେମାନଙ୍କ ସୁରକ୍ଷା ନେଇ ଏଥିରେ ନିଯୁକ୍ତ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଅତ୍ୟାବଶ୍ୟକ ତାଲିମ ପ୍ରଦାନ କରାଯିବ । 4, ସମସ୍ତ ସଚେତନତା କାର୍ଯ୍ୟକ୍ରମ ବା ଅଭିଯାନ ଦିବ୍ୟାଙ୍ଗମାନଙ୍କ ପାଇଁ ମଧ୍ୟ କରାଯିବା ଆବଶ୍ୟକ । 5, କ୍ୟାରେଂନଟାଇନ ସମୟରେ ବିଭିନ୍ନ ଶ୍ରେଣୀର ଦିବ୍ୟାଙ୍ଗମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ସହାୟତା ଯୋଗାଇ ଦିଆଯିବ । ଦିବ୍ୟାଙ୍ଗମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି ନିଯୁକ୍ତ ବ୍ୟକ୍ତିମାନେ ନିଜେ ଯାଇ ସେମାନଙ୍କ ନିକଟରେ ପହଂଚିବା ଅପରିହାର୍ଯ୍ୟ । ଭିଡ ମଧ୍ୟରେ ଦିବ୍ୟାଙ୍ଗମାନେ ଆସି ଲକଡାଉନ କାଳରେ ଆସିବାରେ ଅସୁବିଧା ହେଉଥିବା ଦୃଷ୍ଟିରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି ।
6, ଦିବ୍ୟାଙ୍ଗମାନଙ୍କୁ ସହାୟତା ଦିଗରେ ନିଯୁକ୍ତ ବ୍ୟକ୍ତିମାନେ ନିଜର ସୁରକ୍ଷା ସାମଗ୍ରୀ ସହିତ ଯିବା ଆବଶ୍ୟକ । ଦିବ୍ୟାଙ୍ଗମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ଆବାସିକ କଲ୍ୟାଣ ସଂଘର କର୍ମକର୍ତାମାନେ ମଧ୍ୟ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଆବଶ୍ୟକ । 7, କୌଣସି ଘରେ ବା ଅନ୍ୟ ସ୍ଥାନରେ କ୍ୟାରେଂନଟାଇନ ଅବସ୍ଥାରେ ଥିବା ଦିବ୍ୟାଙ୍ଗମାନଙ୍କ ନିକଟରେ ଆବଶ୍ୟକ ଖାଦ୍ୟ, ପାନୀୟ ଜଳ, ଔଷଧପତ୍ର ଇତ୍ୟାଦି ଯଥାସମ୍ଭବ ପହଂଚାଇବାର ବ୍ୟବସ୍ଥା କରାଯିବା ଉଚିତ ।
8, ଦିବ୍ୟାଙ୍ଗ ଓ ବୟସ୍କମାନଙ୍କ ପାଇଁ ଆବଶ୍ୟକ ଦୈନନ୍ଦିନ ସାମଗ୍ରୀ ଯେପରି ବିଭିନ୍ନ ଷ୍ଟେର ଓ ସୁପରମାର୍କେଟରେ ସହଜରେ ଉପଲବ୍ଧ ହେବ ସେଥିପାଇଁ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାରମାନେ ଚେଷ୍ଟିତ ରହିବେ । 9, ଅନ୍ୟ ସ୍ଥାନକୁ ଯିବାକୁ ଥିଲେ ଦିବ୍ୟାଙ୍ଗମାନଙ୍କୁ ସ୍ୱତନ୍ତ୍ର ସୁବିଧା ଉପଲବ୍ଧ କରାଇ ଯାତ୍ରା ପାସ ପ୍ରଦାନ କରାଯିବ । 10, ଦିବ୍ୟାଙ୍ଗମାନଙ୍କୁ ସ୍ୱାସ୍ଥ୍ୟସେବାରେ ପ୍ରାଥମିକତା ଦେବା ସହ ଦିବ୍ୟାଙ୍ଗ ଶିଶୁ ଓ ମହିଳାମାନଙ୍କ କ୍ଷେତ୍ରରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ।
11, ଦିବ୍ୟାଙ୍ଗମାନେ ସହଜରେ ସଂକ୍ରମିତ ହେବା ସମ୍ଭାବନା ଦୃଷ୍ଟିରୁ ଦୃଷ୍ଟିହୀନ ତଥା ଅନ୍ୟାନ୍ୟ କାରଣରୁ ଅସମର୍ଥ୍ୟ ବ୍ୟକ୍ତିମାନଙ୍କୁ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରୁ ଅବ୍ୟାହତ ଦିଆଯିବ । 12, କ୍ୟାରେନଟାଇନରେ ଥିବାବେଳେ ଅନଲାଇନ ଜରିଆରେ ଦିବ୍ୟାଙ୍ଗମାନଙ୍କୁ ସେମାନଙ୍କ ପରିବାର ସହ ଉପଦେଶ ଦିଆଯିବା ଲାଗି ଚେଷ୍ଟା କରାଯିବ । 13, ରାଜ୍ୟସ୍ତରରେ କେବଳ ଦିବ୍ୟାଙ୍ଗଜନଙ୍କ ନିମନ୍ତେ ୨୪ଙ୍ଘ୭ ହେଲ୍ପଲାଇନ ପ୍ରତିଷ୍ଠା କରାଯିବ । 14, କୋଭିଡ-୧୯ ସମ୍ପର୍କରେ ସୂଚନା ଦେବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଗୁଡିକ ବିଶେଷ ବ୍ୟବସ୍ଥା କରିବେ ।
ଏହି ସମୟ କାଳବେଳେ ବିଭିନ୍ନ ଦିବ୍ୟାଙ୍ଗ ସମସ୍ୟାର ସମାଧାନର ସୂତ୍ର-
1, ଦିବ୍ୟାଙ୍ଗମାନଙ୍କ ପାଇଁ ରାଜ୍ୟ ଆୟୁକ୍ତ ଏହାର ନୋଡାଲ ଅଧିକାରୀ ରହିବେ । 2, ଏହି ସମୟରେ ଦିବ୍ୟାଙ୍ଗମାନଙ୍କ ସମସ୍ୟାର ସେହି ହିଁ ମୁଖ୍ୟ ରହିବେ । 3, ସେ ରାଜ୍ୟ ଆପଦ କାଳୀନ ପରିଚାଳନା କର୍ତୃପକ୍ଷ, ସ୍ୱାସ୍ଥ୍ୟ, ପୁଲିସ ଓ ଅନ୍ୟାନ୍ୟ ବିଭାଗ ସହ ଦିବ୍ୟାଙ୍ଗମାନଙ୍କ ସମସ୍ୟା ନେଇ ଯୋଗସୂତ୍ର ରକ୍ଷା କରିବେ । 4, କୋଭିଡ-୧୯ ସଂକ୍ରାନ୍ତ ବିଭିନ୍ନ କଟକଣା ଓ ଆବଶ୍ୟକ ସେବା ନେଇ ସ୍ଥାନୀୟ ଭାଷାରେ ସଚେତନତା ସୃଷ୍ଟି କରିବାର ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ହୋଇଛି ।
ଜିଲ୍ଲା ସ୍ତରୀୟ-
1, ଜିଲ୍ଲାରେ ଦିବ୍ୟାଙ୍ଗମାନଙ୍କ ପାଇଁ ନିଯୁକ୍ତ ଜିଲ୍ଲା ଅଧିକାରୀ ନୋଡାଲ କର୍ତୃପକ୍ଷ ଭାବେ କାର୍ଯ୍ୟ କରିବେ । 2, ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀଙ୍କ ନିକଟରେ ଜିଲ୍ଲାୱାରୀ ଦିବ୍ୟାଙ୍ଗମାନଙ୍କ ଏକ ତାଲିକା ରହିବା ସହ ସମୟ ସମୟରେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବେ ।
3, ଉପଲବ୍ଧ ସମ୍ବଳର ଉପଯୋଗ କରି ଏହି ଅଧିକାରୀ ବିଭିନ୍ନ ସମସ୍ୟାର ସମାଧାନ କରିବେ ଓ ଆବଶ୍ୟକ ହେଲେ ବିଭିନ୍ନ ଅଣସରକାରୀ ବା ଆବାସିକ କଲ୍ୟାଣ ସଂଘଗୁଡିକର ସହାୟତା ମଧ୍ୟ ନେଇପାରିବେ ।


