ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଡାକ୍ତରୀ ପରିକ୍ଷଣ ଶିବିର

ଛତ୍ରପୁର (ଦେବଦତ୍ତ ମହାରଣା): ସମଗ୍ର ଶିକ୍ଷା ଦିବ୍ୟାଙ୍ଗ ବିଭାଗ ପକ୍ଷରୁ ସ୍ଥାନୀୟ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଭିନ୍ନକ୍ଷମ ସଂଯୋଜକ ତପନ କୁମାର ସାହୁଙ୍କ ସଂଯୋଜନାରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ଏକ ଡାକ୍ତରୀ ପ୍ରଶିକ୍ଷଣ ଶିବିର ଓ ଉପକରଣ ନିମନ୍ତେ ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଶିକ୍ଷା ର ଜିଲ୍ଲା ଅର୍ଥ ପରାମର୍ଶ ଦାତା ମଧୁସୂଦନ ପରିଡା ଏହି ଶିବିରକୁ ଉଦଘାଟନ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଜାତୀୟ ସ୍ତର ଆଲିମକ୍ ଭୁବନେଶ୍ୱରରୁ ଶଲ୍ୟ ବିଭାଗର ଡାକ୍ତର ନିବେଦିତା ପୃଷ୍ଠି, ଡାକ୍ତର ସୋନାଲି ମିଶ୍ର, ଡାକ୍ତର ସୌମ୍ୟ ରଞ୍ଜନ ପତି ଓ ଡାକ୍ତର ଦୀପକ ଜେନା ଶିବିରରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କର ପରୀକ୍ଷା କରିଥିଲେ । ଏହା ସହ ପରୀକ୍ଷା କରାଯାଇଥିବା ଛତ୍ରପୁର ଓ ଗଞ୍ଜାମ ବ୍ଲକର ୮୫ ଜଣ ଛାତ୍ରଛାତ୍ରୀ ମାନଙ୍କୁ କୃତିମ ଅଙ୍ଗ, ଟ୍ରାଇ ସାଇକେଲ, ହ୍ୱିଲ ଚେୟାର ଓ ଶବଣ ଯନ୍ତ୍ର ସମେତ ବିଭିନ୍ନ ଉପକରଣ ପ୍ରଦାନ ନିମନ୍ତେ ଚିହ୍ନଟ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଏମ୍ ଡମ୍ବୁରୁ ଦୋରା, ବିଜୟ କୁମାର ବେହେରା, ଅଜୟ ସାହୁ, ଅଶ୍ୱିନୀ ପାଇକରାୟ ପ୍ରମୁଖ ପରିଚାଳନାରେ ସହ ଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ