ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ଭଞ୍ଜନଗର,( ଯୁଗାବ୍ଦ ନ୍ୟୁଜ୍‌): ଭଞ୍ଜନଗର ବ୍ଳକ ସ୍ତରୀୟ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ନିମିତ୍ତ କ୍ରୀଡା ପ୍ରତିଯୋଗିତା ୨୦୧୯ ଭଞ୍ଜନଗର ବ୍ଳକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏହି ବ୍ଳକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଦିବ୍ୟାଙ୍ଗ ଛାତ୍ର ଛାତ୍ରି ଅଂଶ ଗ୍ରହଣ କରିଥଲେ। ବଲ୍ ଫିଙ୍ଗା,ଦୌଡ,ମ୍ୟୁଜିକ୍ ଚେୟାର,ହ୍ବିଲ୍ ଚେୟାର ଦୌଡ ଭଳି ପ୍ରତିଯୋଗିତା ଗୁଡିକରେ ଏହି ଦିବ୍ୟାଙ୍ଗ ଛାତ୍ର ଛାତ୍ରି ମାନେ ଅଂଶ ଗ୍ରହଣ କରି ନିଜର ପାରଦର୍ଶିତା ପ୍ରଦର୍ଶନ କରି ପୁରସ୍କୃତ ହୋଇଥଲେ । ଏହି କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ଭଞ୍ଜନଗର ବି.ଇ.ଓ ଶ୍ରୀ ଏସ୍.ଧନଞ୍ଜୟ ଯୋଗଦେଇ କୃତୀ ଶିକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ବଣ୍ଟନ କରିଥଲେ । ଦିବ୍ୟାଙ୍ଗ ପିଲାମାନେ ସ୍ବତନ୍ତ୍ର ଦକ୍ଷତାର ଅଧିକାରୀ କେବଳ ଏହି ଭଳି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଲେ ସେମାନଙ୍କ ପ୍ରତିଭା ଲୋକଲୋଚନକୁ ଆସିପାରିବ ବୋଲି ବି.ଇ.ଓ ମତବ୍ୟକ୍ତ କରିଥିଲେ , ଏହି କାର‌୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ବ୍ଳକ ସମ୍ବଳ ଶିକ୍ଷକ ଶ୍ରୀ ଅନୀଲ କୁମାର ମୁଦୁଲି , ଚିନ୍ମୟ କୁମାର ଦାଶ ାକୁନା ବିଷୋୟୀ,ରାଧାମୋହନ ଗୌଡ ଙ୍କ ସମେତ ସମସ୍ତ ଅନ୍ତର୍ନିବେଶୀ ସ୍ବେଛାସେବୀ , ସି.ଆର୍.ସି.ସି ତ୍ରିନାଥ ବେହେରା,ସଞ୍ଜୟ କୋଠିଆ,ରାଘବ ନାୟକ,ସନ୍ତୋଷ ଗୌଡ,ମୋହନ ସାହୁ,ସନ୍ତୋଷ କୁମାର ସାହୁ ,ନିରଞ୍ଜନ ଦିଗାଲ,ମନୋଜ କୁମାର ଗୋଡ,ଦେବୀ ପ୍ରସାଦ ଦାଶ,ମନୋଜ ପାଳ, ଆଦିକନ୍ଦ ଗୌଡ, ବୃନ୍ଦାବନ ସେଠୀ,ସୁନୀଲ୍ ପାଣି ,ନାରୟଣ ମହାପାତ୍ର,ସନ୍ତୋଷ କୁମାର ସାହୁ, ଭଗବାନ ଭୂୟାଁ,ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସହାୟତା କରିଥଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ