ଦିବ୍ୟାଙ୍ଗ ଭାଇ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀମାନେ
ମୋହନା, (ଅଂଶୁମାନ ପଣ୍ଡା):ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା, ଆଜି ଦିନରେ ଭଉଣୀର ତାର ସୁରକ୍ଷା ପାଇଁ ଭାଇର ହାତରେ ରାକ୍ଷୀ ବାନ୍ଧି ଥାଏ । ଏହି ଅବସରରେ ଗଜପତି ଜିଲ୍ଲା ମୋହନା ବ୍ଲକ ଘାସପଦା ଗାଁର ଅଭିଜିତ ନାୟକ, ଯେ କି ଗତ କିଛି ବର୍ଷା ପୂର୍ବରୁ ବିଦ୍ୟୁତ୍ ଆଘାତରେ ଦୁଇଟି ଯାକ ହାତ କଟି ଯାଇଛି । ହେଲେ ଭଉଣୀର ପ୍ରେମ ଆଗରେ ସବୁ ବାଧା ବିଘ୍ନକୁ ପଛରେ ପକାଇ ଆଜି ତାର କଟି ଯାଇଥିବା ସେହି ଦିବ୍ୟାଙ୍ଗ ଭାଇର ହାତରେ ରାଖି ବାନ୍ଧି ରକ୍ଷା ବନ୍ଧନ ପାଳନ କରିଛି । ଭାଇର ହାତ ନ ଥିବାରୁ ମନରେ ଦୁଃଖ ରହିଥିଲେ ହେଲେ ଆଜିର ପବିତ୍ର ଦିନରେ ରକ୍ଷା ବନ୍ଧନ ପାଳନ କରିବା ସହ ଭାଇକୁ କୁତ୍ରୀମ ହାତ ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରିଛି ଭଉଣୀ ସେଇ ପରି ଚନ୍ଦ୍ରଗିରି ଠାରେ ଥିବା ତିବତୀୟ କେମ୍ପ ର ମହିଳା ମାନେ ପ୍ରଥମେ ମାଣିକପୁର ହନୁମାନ ମନ୍ଦିର ରେ ପହଁଚି ଆର ଏସ ଏସ ସଂଘ ର ଅଶୋକ ରଣଜିତ ଙ୍କୁ ପ୍ରଥମେ ରାକ୍ଷୀ ବାନ୍ଧି ଅନ୍ୟ କର୍ମକର୍ତା ଙ୍କୁ ରାକ୍ଷୀ ବାନ୍ଦୀ, ଥାନା ଅଧିକାରୀ, ଅତିରକ୍ତ ତହସିଲଦାର ଙ୍କୁ ରାକ୍ଷୀ ବାନ୍ଧିଥିଲେ ଆର ଏସ ଏସ ପକ୍ଷରୁ ବଦିର ବିଦ୍ୟାଳୟ ରେ ଭିନକ୍ଷମ ଙ୍କୁ ରାକ୍ଷୀ ବାନ୍ଧି ମିଠେଇ ବଣ୍ଟନ କରିଥିଲେ