ଦିବ୍ୟାଙ୍ଗ ମହିଳା ଦୁଷ୍କର୍ମ ଅଭିଯୋଗ ମାମଲାରେ ବୃଦ୍ଧ ଙ୍କୁ ବାନ୍ଧିଲା ଗୋରୁମହିଷାଣୀ ପୋଲିସ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ଦିନକୁ ଦିନ ମହିଳା ଙ୍କ ଉପରେ ଶାରିରୀକ ଓ ମାନସିକ ନିର୍ଯାତନା , ପାରିବାରିକ ହିଂସା ବୃଦ୍ଧି ପାଇବାରେ ଲାଗିଛି । ସରକାର ଯେତେ କଠୋର ଆଇନ ପ୍ରଣୟନ କଲେ ମଧ୍ୟ ଅସାମାଜିକ ଅସୁର ପ୍ରକୃତିର ଲୋକମାନଙ୍କ ଉପରେ କିଛି ପ୍ରଭାବ ପଡ଼ୁନାହିଁ ନାହଁ । ବରଂ ଆଇନକୁ ଫୁ କରି ଦେଉଛନ୍ତି ।ଏଭଳି ଏକ ଘଟଣା ଘଟିଯାଇଛି ମୟୂରଭଂଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅଂଚଳରେ ।ଜନୈକା ଅବିବାହିତା ପ୍ରାପ୍ତ ବୟସ୍କା ଯୁବତୀ ତାଙ୍କ ଭଉଣୀ ଘରେ ୧୨ବର୍ଷ ହେଲା ରହି ଆସୁଛନ୍ତି । ମଙ୍ଗଳବାର ଦିନ ଖରାବେଳେ ଘରେ କେହି ନ ଥିବା ବେଳେ ମାଠା ମାହାଲି(୫୫)ନାମକ ଜଣେ ବୃଦ୍ଧ ସୁଯୋଗ ଉଣ୍ଡି ପିଡିତା ଯୁବତୀଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା । ହଠାତ୍ ପିଡିତାର ଭଉଣୀ ଘରେ ପହଞ୍ଚି ଜାଣି ବୃଦ୍ଧ ଜଣକ ଘରୁ ବାହାରକୁ ପଳାଇ ଆସିଥିଲେ । ଏହାକୁ ନେଇ ପିଡିତାଙ୍କ ଭଉଣୀ ଗୋରୁମହିଷାଣୀ ଥାନାରେ ଲିଖତ ଅଭିଯୋଗ କରିଥିଲେ । ଗୋରୁମହିଷାଣୀ ଥାନା ଅଧିକାରୀ ପ୍ରଶାନ୍ତ ସ୍ବାଇଁ କେଶ ୩୧/୨୦ମାମଲା ରୁଜୁ କରି ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାସହ ଘଟଣାର ସବୁ କୋଣକୁ ନେଇ ବିଶେଷ ଭାବେ ତଦନ୍ତ କରୁଛନ୍ତି ।


