ଦିବ୍ୟାଙ୍ଗ ମାନଙ୍କୁ ରାସନ୍ ସାମଗ୍ରୀ ବଣ୍ଟନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ସରସ୍ୱତୀ ଶିଶୁ ମନ୍ଦିରର ଠାରେ ରିଲିୟାନ୍ସ ଫାଉଣ୍ଡେସନ ଆନୁକୂଲ୍ୟରେ ଅନୁଷ୍ଠିତ ଜରୁରୀ କାଳୀନ ସହାୟତା କାର୍ଯ୍ୟକ୍ରମରେ ୮୦ ଜଣ ଦିବ୍ୟାଙ୍ଗ ମାନଙ୍କୁ ରାସନ୍ ସାମଗ୍ରୀ ବଣ୍ଟନ କରାଯାଇଛି । ଏଥିରେ ସ୍ୱାମୀ ଆଶ୍ରାନନ୍ଦ ସରସ୍ୱତୀ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା କେନ୍ଦ୍ରୀୟ ରେଲୱେ ବୋର୍ଡ ସଭ୍ୟ ପଞ୍ଚାନନ ରାଉତ ଯୋଗ ଦେଇ ସମାଜର ମୁଖ୍ୟସ୍ରୋତରେ ଦିବ୍ୟାଙ୍ଗ ମାନେ ସାମିଲ ହୋଇପାରିଥିବା ବେଳେ ସେମାନଙ୍କୁ ସହାୟତାର ହାତ ବଢାଇବାକୁ ପରାମର୍ଶ ଦେଇଥିଲେ । ଏଥିରେ ଓଡିଶା ଦିବ୍ୟାଙ୍ଗ ସଂଘର ସଂପାଦକ ଅକ୍ଷୟ ସାହୁ, ବନ୍ତ ଦିବ୍ୟାଙ୍ଗ ସୁରକ୍ଷା ମଞ୍ଚର ସଭାପତି ପ୍ରମୋଦ ଜେନା, ଲକ୍ଷ୍ମୀ ବେହେରା, ବସନ୍ତ ବିଶ୍ୱାଳ, ସୂର୍ଯ୍ୟକାନ୍ତ ପଣ୍ଡା, ମୂରଲୀ ମଲ୍ଲିକ, ସୁଧାକର ଧଳ, ମାନସ ଜେନା, ଲକ୍ଷ୍ମୀ କର, ସୁଦର୍ଶନ ନାୟକ ଯୋଗ ଦେଇଥିଲେ ।


