ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ ହେବ ବିଭିନ୍ନ ପ୍ରକାର ପ୍ରତିଯୋଗିତା

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ ଲୁକ୍କାୟିତ ଅବସ୍ଥାରେ ଥିବା କ୍ରୀଡା, ସାଂସ୍କୃତିକ
ପ୍ରତିଭାକୁ ଖୋଜି ବାହାର କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଖେଳ ଓ ସାଂସ୍କୃତିକ ପ୍ରତିଯୋଗୀତା ହେଉଛି। ଏହି କାର୍ଯ୍ୟକ୍ରମ ଭଞ୍ଜନଗର ବ୍ଲକରେ ମଧ୍ୟ ହେବ। ଆସନ୍ତା ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ହାଇ ସ୍କୁଲରେ ବ୍ଲକ ସ୍ତରୀୟ ପ୍ରତିଯୋଗୀତା ହେବ। ତେଣୁ ଏ ନେଇ ଶନିବାର ସାରେ ବ୍ଲକ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ବୈଠକରେ ବଡିଓ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେନେଇ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଡିପିଓ ମିଲିମା କୁମାରୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଏହି ବୈଠକକୁ ବ୍ଲକ ଲୋକ ପ୍ରତିନିଧି ସମେତ କିଛି ଅଧିକାରୀଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ଅଧିକାଂଶ ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ, ଉପାଧକ୍ଷା ସମେତ କିଛି ଅଫିସର ବୈଠକକୁ କାର୍ଯ୍ୟ ବ୍ୟସ୍ତତା ଦର୍ଶାଇ ଆସି ନ ଥିଲେ। ବୈଠକରେ ଅଧିକାଂଶ କ୍ରୀଡା ଶିକ୍ଷକ, ହାତ ଗଣତି ସରପଞ୍ଚ, ସମିତି ସଭ୍ୟ ଓ ସେମାନଙ୍କ ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଯେ କୌଣସି ଯୋଜନାର ସଫଳ ରୂପାୟନ ଦେବାକୁ ହେଲେ ଲୋକ ପ୍ରତିନିଧି ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସେମାନଙ୍କ ଅନୁପସ୍ଥିତି ପ୍ରତିଯୋଗିତାର ସଫଳତା ନେଇ ସନ୍ଦେହ ସୃଷ୍ଟି କରିଛି। ବ୍ଲକରେ ବସବାସ କରୁଥିବା ୬ ବର୍ଷରୁ ୧୬ ବର୍ଷର ସମସ୍ତ ଶିଶୁମାନେ କିଭଳି ପ୍ରତିଯୋଗିତାରେ ଭାଗ ନେଇ ପାରିବେ ସେଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ୩ଟି ବର୍ଗର ଛାତ୍ରୀ ଛାତ୍ରଙ୍କୁ ନେଇ ପ୍ରତିଯୋଗିତା ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ