ଦିବ୍ୟାଙ୍ଗ ମାନେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟିଲେ
ଛତ୍ରପୁର,(ଦେବଦତ୍ତ ମହାରଣା): ଦିବ୍ୟାଙ୍ଗ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଗୁରୁବାର ମୁକ୍ତ ଆକାଶ ଓ ଓଡିଶା ସର୍ଭିସ୍ ସେଂଟର ଫର ଦି ବ୍ଲାଇଣ୍ଡ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁାଲଙ୍ଗେଙ୍କୁ ଭେଟି ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରାଯାଇଛି । କୋଭିଡ୍ -୧୯ ପାଇଁ ଆଜି ସାରା ବିଶ୍ୱ ପ୍ରଭାବିତ ହୋଇଛି । ଏଥି ମଧ୍ୟରେ ଦିବ୍ୟାଙ୍ଗ ସମାଜ ସବୁଠାରୁ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ଲକ ଡାଉନ.ସର୍ଟ ଡାଉନ,ଜନତା କର୍ଫ୍ୟୂ ରେ ଦିର୍ବାଙ୍ଗ ମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । କୋଭିଡ-୧୯ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦିବ୍ୟାଙ୍ଗ ମାନଙ୍କୁ ପ୍ରଦାନ କରିବା,ଦିବ୍ୟାଙ୍ଗ ମାନଙ୍କ ଜୀବିକା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିବା,ଦିବ୍ୟାଙ୍ଗ ମାନଙ୍କୁ କୋଭିଡ-୧୯ ସମୟରେ ମାଗଣାରେ ଶିକ୍ଷା ପ୍ରଦାନ କରିବା,ଦିବ୍ୟାଙ୍ଗ ମାନଙ୍କ ଭତ୍ତା ୧୦୦୦ଟଙ୍କା କୁ ବୃଦ୍ଧି କରିବା,ଦିବ୍ୟାଙ୍ଗ ମାନଙ୍କୁ ମାଗଣାରେ ଡିଜିଟାଲ ଉପକରଣ ପ୍ରଦାନ କରିବା,ସାଂସ୍କୃତିକ କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ମାନଙ୍କୁ ଅନୁମତି ପ୍ରଦାନ କରିବା ଭଳି ବିଭିନ୍ନ ଦାବୀ ସମ୍ବଳିତ ଏକ ଦାବୀପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହି ଦାବୀ ପତ୍ର ପ୍ରଦାନ ବେଳେ ମୁକ୍ତ ଆକାଶ ର ସଭାପତି ନିରଞ୍ଜନ ବାଡତ୍ୟା,ସଂପାଦକ କାହ୍ନା ମହାପାତ୍ର,ଓଡିଶା ସର୍ଭିସ୍ ସେଂଟର ଫର ଦି ବ୍ଲାଇଣ୍ଡ ର ସଂପାଦକ ଭବାନି ଶଙ୍କର ପାଢୀଙ୍କ ସମେତ ବହୁ ଦିବ୍ୟାଙ୍ଗମାନେ ଉପସ୍ଥିତ ଥିଲେ ।


