ଦିବ୍ୟାଙ୍ଗ ଯୁବକ ଯୁବତୀ ମାନଙ୍କ ପାଇଁ ବୈଷୟିକ ଶିକ୍ଷା ପରାମର୍ଶ ଶିବିର
କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଭବାନୀପାଟଣା ଠାରେ ସ୍ଵେଚ୍ଚାସେବୀ ଅନୁଷ୍ଠାନ ସାଇଟସେଭର ଦ୍ୱାରା ଦିବ୍ୟାଙ୍ଗ ଯୁବକ ଯୁବତୀ ମାନଙ୍କ ପାଇଁ ଏକ ବୈଷୟିକ ଶିକ୍ଷା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଦିବ୍ୟାଙ୍ଗମାନେ ନିଜର ଦକ୍ଷତା ବିକାଶ ନିମନ୍ତେ ବୈଷୟିକ ଶିକ୍ଷା ଅର୍ଜନ କରି ଆତ୍ମନିର୍ଭରଶୀଳ ହେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ସରକାର ଏବଂ ବିଭିନ୍ନ ବେସରକାରୀ ଅନୁଷ୍ଠାନମାନଙ୍କ ଦ୍ଵାରା ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ସାଇଟସେଭର ଅନୁଷ୍ଠାନ ର ଜିଲ୍ଲା ପ୍ରୋଜେକ୍ଟ କୋଡିନେଟର ଶ୍ରୀ ଯୋଗେଶ୍ୱର ବୁଦ୍ଧିଆ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶିବିର ରେ କର୍ଲାମୁଣ୍ଡା ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ତଥା କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ସଭାପତି ଶ୍ରୀ ସୁରେଶ ଚୌଧୁରୀ, ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ଅଜିତ କୁମାର ଉତ୍ତରାୟ, ସରକାରୀ ବୈଷୟିକ ତାଲିମ କେନ୍ଦ୍ର ଅଧ୍ୟାପକ ଶ୍ରୀ ସରୋଜ କୁମାର ବେହେରା, ସେଣ୍ଟର ମ୍ୟାନେଜର ସିଟିଟିସି ଶ୍ରୀ ଜୀବନ ଜ୍ୟୋତି ଓଝା,ଜନଶିକ୍ଷା ସଂଗଠନ ର ଶ୍ରୀ ସୁବ୍ରତ କୁମାର ତ୍ରିପାଠୀ,ଦାପ୍ତା ର ସଂପାଦକ ଶ୍ରୀ ରାଜୁ ଶର୍ମା,ଓରମାସ ର ଶ୍ରୀ ପି.ସତିଶ କୁମାର, ସରକାରୀ ଆଇଟିଆଇ ର ଟ୍ରେନିଂ ଇନ୍ ଚାର୍ଜ ସର୍ଦାର ଆଜାଦ୍ ସିଂ, ଡିଡିଏଫକେ ର ଡୋଳାମଣି ପ୍ରଧାନ ଉପସ୍ଥିତ ଥିଲେ, ପ୍ରାୟ ୮୦ ଦିବ୍ୟାଙ୍ଗ ଯୁବକ ଯୁବତୀ ଏହି ପରାମର୍ଶ ଶିବିର ରେ ଯୋଗଦାନ କରିଥିଲେ, ସାଇଟସେଭର ର ପ୍ରିୟବ୍ରତ ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ ଏବଂ ଲିପୁନ କୁମାର ଜାଲ ସହଯୋଗ କରିଥିଲେ।


