ଦିବ୍ୟାଙ୍ଗ ରବିନ୍ଦ୍ରଙ୍କୁ ମିଳିଲା ଟ୍ରାଇସାଇକେଲ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ବେଲଗଢିଆ ଗ୍ରାମର ଦିବ୍ୟାଙ୍ଗ ବ୍ୟକ୍ତି ରବିନ୍ଦ୍ର ପରିଡାଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି । ପ୍ରକାଶ ଯେ, କରୋନା ମହାମାରୀ ଲକ୍ ଡାଉନ୍ ବେଳେ ଅଢାଳପଙ୍କ ବଜାରସ୍ଥିତ ଏକ ପରିତ୍ୟକ୍ତ ଘରେ ଅବହେଳିତ ଭାବ ଜୀବନ ବିତାଉଥିବା ରବିନ୍ଦ୍ରଙ୍କ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏଥିସହ ସାମାଜିକ କର୍ମୀ ପଦ୍ମଲୋଚନ ବେହେରା ବିଭାଗୀୟ ମନ୍ତ୍ରୀ ଓ ଜିଲା ପ୍ରଶାସନକୁ ଟୁଇଟ୍ ଯୋଗେ ଦୃଷ୍ଟି ଆକର୍ଷଣ କରିଥିଲେ । ଫଳରେ ଜିଲା ଓ ବ୍ଲକ ପ୍ରଶାସନର ନିର୍ଦ୍ଦେଶ କ୍ରମେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜମାଦାର ମୁଣ୍ଡା ରବିନ୍ଦ୍ରଙ୍କୁ ଏକ ଟ୍ରାଇସାଇକେଲ ପ୍ରଦାନ କରିଛନ୍ତି । ଏଥିସହିତ ରବିନ୍ଦ୍ରଙ୍କର ଭିନ୍ନକ୍ଷମ ଭତ୍ତା ଫର୍ମ ପୂରଣ କରାଯାଇ ଖୁବ୍ ଶିଘ୍ର ଭତ୍ତା ଯୋଗାଇ ଦିଆଯିବ ବୋଲି ଜଣାଯାଇଛି । ସେହିପରି ରାଜ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଯୋଗାଣ ଅଧିକାରୀ ରବିନ୍ଦ୍ରଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି । ଏସମସ୍ତ କାର୍ଯ୍ୟରେ ରାମଚନ୍ଦ୍ରପୁର ପଞ୍ଚାୟତ ପି.ଏ.ଜି ରତ୍ନାକର ବିଶ୍ୱାଳ, ପି.ଏ.ଜି. କ୍ଲଷ୍ଟର ହୃଦାନନ୍ଦ ପାଢୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ