ଦିବ୍ୟାଙ୍ଗ ସେବା କେନ୍ଦ୍ର ଓ ସକ୍ଷମ ପାଠଶାଳା ଉଦଘାଟିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ଦିବ୍ୟାଙ୍ଗମାନଙ୍କୁ ସମାଜର ସ୍ରୋତରେ ମିଶାଇବା, ସେମାନଙ୍କୁ ସ୍ବାଲମ୍ବନଶୀଳ କରାଇବା,ଶିକ୍ଷିତ କରାଇବା, ସେମାନଙ୍କ ଅନ୍ତ୍ରର୍ନିହିତ ପ୍ରତିଭାର ବିକାଶ କରାଇବା ,ଅକ୍ଷମରୁ ସକ୍ଷମ କରାଇବା ପାଇଁ କେନ୍ଦ୍ର ସରକାର ବହୁବିଧ ଯୋଜନା ପରେ ଯୋଜନା କରିଚାଲିଛନ୍ତି । ସେହିଭଳି ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ମଧ୍ୟ ଦିବ୍ୟାଙ୍ଗଙ୍କ ସେବା ପାଇଁ ଆଗେଇ ଆସିଛନ୍ତି । ରାଇରଙ୍ଗପୁରର ସ୍ଥାନୀୟ ଗୋଲେଇ ପେଟ୍ରୋଲ ପମ୍ପ ନିକଟରେ ପ୍ରଫୁଲ୍ଲ ମହାନ୍ତଙ୍କ ଗୃହ ଦିତୀୟ ମହଲାରେ ଦିବ୍ୟାଙ୍ଗ ସେବାକେନ୍ଦ୍ର ଓ ସକ୍ଷମ ପାଠଶାଳାର ଶୁଭ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବେଜ୍ଞାନିକ ଶରତ ଜୀ, ଓ ମୁଖ୍ୟ ବକ୍ତା ଭାବେ ସକ୍ଷମ ଝାଡ଼ଖଣ୍ଡର ସହ ସଂପାଦକ ଅଜିତ କୁମାର ଜୀ ,ସକ୍ଷମ ରାଇରଙ୍ଗପୁର ଶାଖାର ସଭାପତି ବୈଦ୍ୟରାଜ ଭାଗବତ ମହାନ୍ତ ଏବଂ ପୂର୍ବ ଭାରତ କର୍ମ ଫାଉଣ୍ଡେସନର ଅଧ୍ୟକ୍ଷ ବୀର କିଶୋର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ ।ଏହି କାର୍ୟ୍ୟକ୍ରମରେ ଏହାର ଉଦେଶ୍ୟ ଉପରେ ଅତିଥି ଗଣ ବକ୍ତବ୍ୟ ରଖିଥିଲେ । ଏହି ଅନୁଷ୍ଠାନରେ ଦିବ୍ୟାଙ୍ଗ ମାନଙ୍କୁ ଶିକ୍ଷା, କମ୍ପ୍ୟୁଟର ତାଲିମ,ଆତ୍ମ ନିର୍ଭରଶୀଳ ପାଇଁ ତାଲିମ, ଶାରିରୀକ ଶିକ୍ଷା ପ୍ରଦାନ କରାଯିବ ବୋଲି ମୁଖ୍ୟ ଅତିଥି କହିଥିଲେ । ବାମନଘାଟୀ ଉପଖଣ୍ଡର ୭ଟି ବ୍ଲକ ଏବଂ ଝାଡ଼ଖଣ୍ଡ ର ୩ ଜଣଙ୍କ ସମେତ ୨୦ ଜଣ ଦିଵ୍ୟାଙ୍ଗକୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ୟ୍ୟକ୍ରମରେ ପ୍ରଦୀପ ପଟ୍ଟନାୟକ, ମଧୁସ୍ମିତା ମହାନ୍ତି,ସରୋଜ ସାହୁ ଗୋପାଳ ତିୟୁ, ପ୍ରଫୁଲ୍ଲ ମହାନ୍ତ,ଅନିଲ ଚଢା,ଗୁପ୍ତାଞ୍ଜଳୀ ନାଏକ,ଗୋପାଳ ମହାନ୍ତ, ନିଗମାନନ୍ଦ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।


