ଦିବ୍ୟ ଆତ୍ମାଙ୍କ ସ୍ମରଣ ଦିବସ
ସୋରଡା,(ରଜନୀକାନ୍ତ ମହାପାତ୍ର):ସୋରଡା କ୍ୟାଥଲିକ ଚର୍ଚ ର ଖୀର୍ଷ୍ଟ ଧର୍ମବିଲମ୍ବୀ ମାନଙ୍କ ତରଫରୁ ପାଲଟିଆ ହୋଇଛି ଦିବ୍ୟ ଆତ୍ମାଙ୍କ ସ୍ମରଣ ଦିବସ। ଖ୍ରୀଷ୍ଟିୟାନ ଧର୍ମ ଶସ୍ତ୍ର ଅନୁସାରେ ସକଳ ମୃତବିଶ୍ବାସୀ ଆତ୍ମା ମାନଙ୍କ ସ୍ୱ୍ମରଣ ଦିବସ ପାଳି ହୋଇଥାଏ। ଏହି ଦିନ ପରଲୋକଗତ ଆତ୍ମୀୟସ୍ଵଜନ ମାନଙ୍କ ଆତ୍ମା ଗୁଡିକ ଶାନ୍ତିରେ ବିଶ୍ରାମ ନେବା ନିମନ୍ତେ କବର ସ୍ଥାନରେ ସ୍ଵତନ୍ତ୍ର ପୂଜା ପାଠ ଅନୁଷ୍ଠିତ ହୋଇଥାଏ । ଏହି ପ୍ରତି ବର୍ଷ ଢି ଦିବସ ପାଳନ କରାଯାଇଥାଏ। ଏହି ଅବସର ରେ ସୋରଡା କ୍ୟାଥଲିକ ଖ୍ରୀଷ୍ଟିୟାନ ସଂଖ୍ୟାଲଘୁ ସାମ୍ପ୍ରଦାୟ ତରଫରୁ କବରସ୍ଥାନ ରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଏହି ଦିନ ପରଲୋକଗମନ କରିଥିବା ଦିବ୍ୟାତ୍ମାଙ୍କ ଶାନ୍ତି ପାଇଁ ଏକ ପ୍ରାର୍ଥନା ସଭା ରେ ସୋରଡା ଅଧକ୍ଷ ଶିବ ଶଙ୍କର ପଣ୍ଡା, ଅତିଥି ଭାବେ ଯୋଗଦେଇ ମୁଖ୍ୟ ମନ୍ତ୍ରୀ ଙ୍କ ସ୍ଵତନ୍ତ୍ର ସହାୟତା ଯୋଜନା ରେ ମିଳିଥିବା ଅନୁଦାନ ରେ ନିର୍ମିତ ପାଚେରି କାନ୍ଥ ର ଉଦ୍ଘାଟନ କରିଥିଲେ ଏହି ଅବସର ରେ ସୋରଡା ମିସନ ତରଫରୁ ସେଠାରେ ଏକ ପାନୀୟଜଳ ବ୍ୟବସ୍ଥା, ଶବ ରଖିବା ଗୃହ ଓ ସୌଚାଳୟ ଓ ଆଲୋକିକରଣ ପାଇଁ ଅନୁରୋଧ କୁ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଥିଲେ। ତେବେ ଆବଶ୍ୟକ ଆର୍ଥିକ ଅନୁଦାନ ସୋରଡା ଏନ ଏ ସି ଓ ବିଧାୟକ ପାଣ୍ଠି ରୁ ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମନମୋହନ ସେନାପତି କାର୍ଯ୍ୟ କ୍ରମ ସଂଯୋଜନା କରିଥିବା ବେଳେ ଧର୍ମ ଯାଜକ ପ୍ରମୁଖ ଉପସ୍ଥିତ ଥିଲେ।


