ଦିବ୍ୟ ଜୀନବ ସଂଘ ବ୍ରହ୍ମପୁର ଶାଖାରେ ଏକ ଦିବସୀୟ ସ୍ୱତନ୍ତ୍ର ସତ୍ସଙ୍ଗ ପାଳିତ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ) ଦିବ୍ୟ ଜୀବନ ସଂଘ, ବ୍ରହ୍ମପୁର ମୁଖ୍ୟ ଶାଖା ଠାରେ “କ୍ରୀଷ୍ଣା”ର ପ୍ରଥମ ଜନ୍ମ ବାର୍ଷିକ ଉପଲକ୍ଷେ ଏକ ଦିବସୀୟ ସ୍ୱତନ୍ତ୍ର ସତ୍ସଙ୍ଗ ପାଳିତ ହୋଇଥିଲା । ପ୍ରାତଃ ସମୟରେ ଜୟ ଗଣେଶ କୀର୍ତ୍ତନ, ଗୁରୁସ୍ତୋତ୍ର, ଜପ ଧ୍ୟାନ, ଶ୍ରୀସୂକ୍ତମ୍, ଶନିଶ୍ଚର ସ୍ତୋତ୍ରମ୍, ଗୁରୁପାଦ ପୂଜା, ଶିବାନନ୍ଦ ସ୍ତୋତ୍ରମ୍ ଓ ଚିଦାନନ୍ଦ ସ୍ତୋତ୍ରମ ସହ ଫନି ବାତ୍ୟାରେ ପିଡ଼ୀତ ଲୋକଙ୍କ ସହାୟତା ନିମନ୍ତେ ଏବଂ ବିଶ୍ୱର କଲ୍ୟାଣ ଜଗତର ମଙ୍ଗଳ ନିମନ୍ତେ ଶାନ୍ତିମନ୍ତ୍ର ପାଠ କରାଯାଇଥିଲା । ଦିବା ୧୦ ଘଣ୍ଟା ସମୟରେ ଦିବ୍ୟ ଜୀବନ ସଂଘର ବରିଷ୍ଠ ସନ୍ଥ ସ୍ୱାମୀ ବ୍ରହ୍ମସାକ୍ଷାତକାରାନନ୍ଦ ସରସ୍ୱତୀ ମହାରାଜଙ୍କ ଅଧ୍ୟକ୍ଷତାରେ ଆଗାମୀ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ବିଦ୍ୟାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ଗୁରୁଶରଣାନନ୍ଦଜୀ ଓ ଭୂମାନନ୍ଦ ଗିରି ଉପସ୍ଥିତ ରହି ସମସ୍ତଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ ।ଏଥିରେ ଶିବାନନ୍ଦ ବାଣୀ ଚିଦାନନ୍ଦ ବାଣୀ ପ୍ରତ୍ୟେକ ଯୁବାପିଢ଼ୀମାନଙ୍କ ଠାରେ ପହଞ୍ଚାଇବା ସହ ମାନବ ସେବା ହିଁ ମାଧବ ସେବାକୁ ଗୁରୁତ୍ୱ ଦେବା ପାଇଁ ପ୍ରେରଣା ଦେଇଥିଲେ । ଦୃଢ଼ ବିଶ୍ୱାସ ସହ ପ୍ରଭୂଙ୍କ ପ୍ରାର୍ଥନା କଲେ, ପ୍ରତି କ୍ଷଣେ ଭଗବାନଙ୍କ ଉପସ୍ଥିତି ଆପଣ ହୃଦ୍ବୋଧ କରିପାରିବେ । ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।
ସଂଘର ସଭାପତି ପ୍ରକାଶ ଚନ୍ଦ୍ର ରଥ, ଉପସଭାପତି ଉମା ଚରଣ ମହାନ୍ତି, ସମ୍ପାଦକ କପିଳେନ୍ଦ୍ର ପଣ୍ଡା, ସହ ସମ୍ପାଦକ ହୃଷିକେଶ ପାଢ଼ୀ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ଓଁକାର,ପୁରୋହିତ ଦଣ୍ଡପାଣି ମିଶ୍ର, ଶୁଶିଳା ପଣ୍ଡା, ମାନସ ରଞ୍ଜନ ପଣ୍ଡା, ସୋନାଲି ପଣ୍ଡା, ଅଦ୍ୱେକ ପଣ୍ଡା, ମିନାକ୍ଷୀ ପଣ୍ଡା, ଆର୍ନା ଦାସ, ସମନ୍ୱୟ ସମିତିର ସଭାପତି ବିପ୍ର ଚରଣ ପାତ୍ର, କମଳ କୁମାରୀ ପାଣିଗ୍ରାହୀ, ଅନ୍ନପୂର୍ଣ୍ଣା ସାହୁ, ୟୁ.ସ୍ୱପ୍ନା ପାତ୍ର, ଜୟନ୍ତୀ ପଣ୍ଡା,ସଚ୍ଚିତାରାଣୀ କର, ଶାନ୍ତିଭୂଷଣ ପଣ୍ଡା, ୟୁ. ଶିବଶଙ୍କର ପାତ୍ର, ଦେବରାଜ ପାଢ଼ୀ, ଉପେନ୍ଦ୍ର କୁମାର ପାଣିଗ୍ରାହୀ, ଶିବ ଶଙ୍କର ପାଣିଗ୍ରାହୀ, ସତ୍ୟ ନାରାୟଣ ନନ୍ଦ, ଭାସ୍କର ବେହେରା, ଜନାର୍ଦ୍ଦନ ମହାନ୍ତି, ବିଭୂତି ଭୂଷଣ ପଣ୍ଡା, ବଳରାମ ପଣ୍ଡାଙ୍କ ସମେତ ଆଖପାଖର ପ୍ରାୟ ୩୦୦ରୁ ଉଦ୍ଧ୍ୱର୍ ଗୁରୁଭାଇ ଗୁରୁଭଉଣୀ ଉପସ୍ଥିତ ରହିଥିଲେ । ପରିଶେଷରେ ସମ୍ପାଦକ କପିଳେନ୍ଦ୍ର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଯୋଗାଯୋଗ : ୯୦୯୦୧୫୭୬୨୬, ୮୨୪୯୯୮୧୬୮୫