ଦିବ୍ୟ ଜୀବନ ସଂଘର ଏକ ଦିବସୀୟ ଆଞ୍ଚଳିକ ସାଧନା ଦିବସ ପାଳିତ
ବ୍ରହ୍ମପୁର – (ଯୁଗାବ୍ଦ ନ୍ୟୁଜ ) ଗୁରୁବାର : କୁକୁଡ଼ାଖଣ୍ଡି ବ୍ଳକସ୍ଥିତ ପାଣ୍ଡିଆଝୋଳି ଗ୍ରାମରେ ଦିବ୍ୟ ଜୀବନ ସଂଘ, ବଡ଼ିଅଓସ୍ତା ଶାଖା ଆନୁକୂଲ୍ୟରେ ସ୍ୱର୍ଗତ ଦେବରାଜ ବେହେରାଙ୍କ ପ୍ରଥମ ପୁଣ୍ୟ ତିଥିରେ ଏକ ଦିବସୀୟ ଆଞ୍ଚଳିକ ସାଧନା ଦିବସ ସ୍ୱାମୀ ରାମଦାସାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଯାଇଯାଇଛି । ବ୍ରହ୍ମ ମୁହୁର୍ତ୍ତରେ ଜୟଗଣେଶ କୀର୍ତ୍ତନ, ଗୁରୁ ସ୍ତୋତ୍ର, ଗୁରୁପାଦ ପୂଜା, ଭଜନ କୀର୍ତ୍ତନ, ହନୁମାନ ଚାଳିଶା, ଗୀତାପାଠ, ଶ୍ରୀସୂକ୍ତମ୍, ଶନିଶ୍ଚର ସ୍ତୋତ୍ରମ୍, ଜପ ଧ୍ୟାନ ସହ ବିଶ୍ୱର କଲ୍ୟାଣ ଜଗତର ମଙ୍ଗଳ ନିମନ୍ତେ ଶାନ୍ତି ମନ୍ତ୍ର ପାଠ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କ ମଧ୍ୟରେ ଦିବ୍ୟ ଜୀବନ ସଂଘର ବରିଷ୍ଠ ସନ୍ଥ ସ୍ୱାମୀ ରାମକୃପାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ଅର୍ପଣାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହରାଜ, ସ୍ୱାମୀ ଗୁରୁଶରଣାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ବିଦ୍ୟାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ଭୂମାନନ୍ଦ ଗିରିଙ୍କ ସମେତ ବହୁ ସାଧୁ ସନ୍ନ୍ୟାସୀ ଯୋଗଦାନ କରିବା ସହ ଆଶୀର୍ବଚନ ମାଧ୍ୟମରେ ଏହି ସୃଷ୍ଟିରେ ଆତ୍ମାର ଅବସ୍ଥିତି ବିଷୟରେ ବର୍ଣ୍ଣନା କରିଥିଲେ । ସେମାନେ କହିଥିଲେ, ଆତ୍ମା ଅଜର, ଅମର, ଅବିନାଶୀ ଅଟେ । ପଞ୍ଚମହାଭୂତ ଶରୀରର ହିଁ ଜନ୍ମ ମୃତ୍ୟୁ ଥାଏ । କିନ୍ତୁ ଆତ୍ମାର ନଥାଏ । ତେଣୁ ଜନ୍ମ ମ୍ୟତ୍ୟୁ ଚକ୍ରରେ କେବଳ ଶରୀର ହିଁ ପଡ଼ିଥାଏ । ଭିନ୍ନ ଭିନ୍ନ ଅବସ୍ଥାରେ ଭିନ୍ନ ଭିନ୍ନ ଶରୀର ଧାରଣ କରିଥାଏ । ତାହା ମଧ୍ୟ ତାହାର ପ୍ରାରବ୍ଧ ଅନୁସାରେ ଜନ୍ମ ନେଇଥାଏ ବୋଲି ପ୍ରକାଶ କରିଥିଲେ ଓ ବ୍ରହ୍ମଚାରୀ ଶନିଷ୍ଠ ଚୈତନ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଦକ୍ଷିଣାଞ୍ଚଳ ସମନ୍ୱୟ ସମିତିର ସାଧାରଣ ସମ୍ପାଦକ ଜୟ ଚନ୍ଦ୍ର ନାୟକ, ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ ମଞ୍ଚ ପରିଚାଳନା କରିଥିଲେ । ସମିତିର ଉପଦେଷ୍ଟା ଅରୁଣ କୁମାର ରଥ, ଉପସଭାପତି କୁଞ୍ଜ ବିହାରୀ ପାଢ଼ୀ, ଅରୁଣ କୁମାର ରଥ, ବ୍ରଜ କିଶୋର ପଟ୍ଟନାୟକଙ୍କ ଶଙ୍କର ବେହେରା, ଈଶ୍ୱର ଚନ୍ଦ୍ର ପ୍ରଧାନ, ସୁଦର୍ଶନ ବେହେରାଙ୍କ ସମେତ ଗଞ୍ଜାମ ଜିଲ୍ଲାର ଆଖପାଖ ଅଞ୍ଚଳର ପ୍ରାୟ ୩୦୦ ରୁ ଉଦ୍ଧ୍ୱର୍ ପ୍ରାୟ ୩୦୦ ରୁ ଉଦ୍ଧ୍ୱର୍ ଗୁରୁ ଭାଇ ଗୁରୁ ଭଉଣୀ ଯୋଗଦାନ କରିଥିଲେ । ପରିଶେଷରେ ସ୍ୱାମୀ ରାମଦାସାନନ୍ଦ ସରସ୍ୱତୀ ମହାରାଜ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


