ଦିବ୍ୟ ଜୀବନ ସଂଘର ବାଲିଯୋଡ଼ି ଶାଖାରେ ଏକ ଦିବସୀୟ ସାଧନା ଦିବସ

ବ୍ରହ୍ମପୁର -: ରବିବାର ଦିନ ଦିବ୍ୟ ଜୀବନ ସଂଘ, ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବାଲିଯୋଡ଼ି ଶାଖାରେ ଏକ ଦିବସୀୟ ସାଧନା ଦିବସ ଓ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ବ୍ରାହ୍ମ ମୁହୁର୍ତ୍ତ ସାଧନା କଥାବାଚକ (ମାନସ ରତ୍ନ) ତଥା ବଢ଼ିଆଉସ୍ତା ଶାଖାର ସଭାପତି ସ୍ୱାମୀ ରାମଦାସାନନ୍ଦ ସରସ୍ୱତୀ ମହାରାଜଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଯୋଗାଚାର୍ଯ୍ୟ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜଙ୍କ ଦ୍ୱାରା ୬୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନଙ୍କୁ ଯୋଗାସନ ଶିକ୍ଷା ପ୍ରଦାନ କରିଥିଲେ । ଶରୀର ସୁସ୍ଥ ନିମନ୍ତେ ପ୍ରତିଦିନ କିଛି ସମୟ ବାହାର କରି ଯୋଗାଭ୍ୟାସ କରିବା ନିତାନ୍ତ ଆବଶ୍ୟକ । ଏଥିରେ ସୂର୍ଯ୍ୟନମସ୍କାର, ଅନୁଲୋମ ବିଲୋମ, ଭତ୍ସିକା, କପାଳଭାତି ସହ ସୂକ୍ଷ୍ମ ବ୍ୟାୟାମ ଶିକ୍ଷା ପ୍ରଦାନ କରାଯାଇଥିଲା । ସ୍ୱାମୀ ଶିବାନନ୍ଦ ଓ ଚିଦାନନ୍ଦଙ୍କ ଗୁରୁପାଦ ପୂଜାକୁ ସିମାଞ୍ଚଳ ପଣ୍ଡା ସମ୍ପୂର୍ଣ୍ଣ ଭାବେ ତୁଲାଇଥିଲେ । ବିଶ୍ୱ ପ୍ରାର୍ଥନା, ହନୁମାନ ଚାଳିଶ, ଶ୍ରୀସୂକ୍ତମ୍‌, ଶନିଶ୍ଚର ସ୍ତୋତ୍ରମ୍‌, ଗୀତା ପାଠମ୍ କରାଯାଇଥିଲା । ତତ୍‌ସଙ୍ଗେ ସଙ୍ଗେ ସମ୍ପୂର୍ଣ୍ଣ ଗ୍ରାମବାସୀଙ୍କ ସହାୟତାରେ ଦୀର୍ଘ ଦିନ ଧରି ଚଳିଆସୁଥିôବା ଶାଖାର ନିତ୍ୟ ସନ୍ଧ୍ୟାରେ ଭାଗବତ, ମାନସ ଓ ଭଜନ କୀର୍ତ୍ତନ କରିବା ସହ ଗୁରୁଦେବଙ୍କ ସେବା ନିତ୍ୟ କରିଆସୁଛନ୍ତି । ନଗର ପରିକ୍ରମା ଓ ପ୍ରବଚନ କାର୍ଯ୍ୟକ୍ରମରେ ଅତିଥି ଭାବେ ଚିକିଟି, ଦିଗପହଣ୍ଡି ଓ ବଡ଼ିଆଉସ୍ତା ଦିବ୍ୟ ଜିଲ୍ଲାର ବିଭିନ୍ନ ଶାଖାରୁ ଶତାଧିକ ଗୁରୁ ଭାଇ ଓ ଗୁରୁଭଉଣୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗଦାନ କରି ସଫଳ ଭାବେ ତୁଲାଇଥିଲେ । ଏହି ସାଧନା ଦିବସରେ ମାନସ ରତ୍ନ ସ୍ୱାମୀ ରାମଦାସାନନ୍ଦ ସରସ୍ୱତୀ ମହାରାଜ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ବରିଷ୍ଠ ସନ୍ୟାସୀ ସ୍ୱାମୀ ରାମକୃପାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ବିଦ୍ୟାନନ୍ଦ ସରସ୍ୱତୀ ମହାରାଜ, ନବ ଦିକ୍ଷୀତ ପ୍ରାପ୍ତ ହୋଇଥିବା ସ୍ୱାମୀ ଦୁର୍ଗାଚରଣାନନ୍ଦ ସରସ୍ୱତୀଜୀ, ସ୍ୱାମୀ ଶିବପ୍ରିୟାନନ୍ଦ ମାତାଜୀ, ଦକ୍ଷିଣାଞ୍ଚଳ ସମନ୍ୱୟ ସମିତିର ସଭାପତି ବିପ୍ର ଚରଣ ପାତ୍ର, ଉପସଭାପତି କୁଞ୍ଜ ବିହାରୀ ପାଢ଼ୀ, ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ, ଦିଗପହଣ୍ଡି ଦିବ୍ୟ ଜିଲ୍ଲା ସଂଗଠକ ବାବୁ ପ୍ରଧାନ, ମାନସ କସ୍ତୁରୀ ଗଣେଶ ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସମସ୍ତ ଗୁରୁଭାଇ ଓ ଭଉଣୀମାନଙ୍କୁ ଆଶୀର୍ବଚନ ସହ ଉତ୍ସାହିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଶାଖାର ସଭାପତି ନରସିଂହ ପାଣିଗ୍ରାହୀ, ସମ୍ପାଦକ ଭୂଷଣ ପ୍ରଧାନ, କୋଷାଧ୍ୟକ୍ଷ ଜାଗିଲି ବାଡ଼ତ୍ୟା, ଶିବାନନ୍ଦ ଆଚାରୀ, ପବିତ୍ର କୁମାରା ଗୋସ୍ୱାମୀ, ବ୍ରହ୍ମଚାରୀ ଅମରଜୀ, ମନୋଜ ପଲାଇ, ଦୁର୍ଯ୍ୟୋାଧନ ଚୌଧରୀ, ରାମ ଚନ୍ଦ୍ର ଚୌଧୁରୀ, କାଶି ପ୍ରଧାନ, ତ୍ରିନାଥ ସାହୁ, ବସନ୍ତ ପ୍ରଧାନ, ବାପି ଚୌଧୁରୀ, ଭୈରବୀ ପ୍ରଧାନଙ୍କ ସମେତ ଆଖପାଖ ଅଞ୍ଚଳର ୩୦୦ରୁ ଉର୍ଦ୍ଧ୍ୱ ଗୁରୁ ଭାଇ ଗୁରୁ ଭଉଣୀ ଯୋଗଦାନ କରିଥିଲେ । ବାଲିଯୋଡ଼ି ଗ୍ରାମବାସୀ ବୃନ୍ଦ ଏହି କାର୍ଯକ୍ରମକୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରି କାର୍ଯ୍ୟକୁ ସଫଳ କରିଥିଲେ । ପରିଶେଷରେ ସମ୍ପାଦକ ଭୂଷଣ ପ୍ରଧାନ ସମସ୍ତଙ୍କୁ ଧନବ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ