ଦିବ୍ୟ ଜୀବନ ସଂଘ ଏକ ସ୍ୱତନ୍ତ୍ର ସାଧନା ଦିବସ ପାଳିତ

ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ୍): ପୁରୁଷୋତ୍ତମ ପୁର ନିକଟସ୍ଥ ରଣଝାଲି ଗ୍ରାମର ହନୁମାନ ମନ୍ଦିରରେ ପ୍ରାଙ୍ଗଣରେ ମଙ୍ଗଳବାର ଦିନ ଦିବ୍ୟ ଜୀବନ ସଂଘ,ପକ୍ଷରୁ ବ୍ରହ୍ମପୁର ଶାଖାର ପୂର୍ବତନ ସଭାପତି ପ୍ରକାଶ ଚନ୍ଦ୍ର ରଥ ଏବଂ ପୂର୍ବତନ ସମ୍ପାଦକ କପିଳେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ସାଧନା ଦିବସର ଆୟୋଜନ କରାଯାଇଥିôଲା । ପ୍ରାତଃ ସମୟରେ ରିତିନୀତି ଅନୁଯାୟୀ ପୂଜା ପାଠ ହୋଇଥିଲା । । ଏହା ସହ ଜାମ୍ମୁକାଶ୍ମୀରର ସହିଦ୍ ଯବାନମାନଙ୍କ ପରିବାରର ସଦସ୍ୟଙ୍କ ଉଦ୍ଦେଶ୍ୟରେ ସମବେଦନା ଜ୍ଞାପନ ସହ ସେମାନଙ୍କ ଆତ୍ମାର ସଦ୍ଗତି ନିମନ୍ତେ ସାମୂହିକ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ୟାସ ଭାବେ କପିଳେନ୍ଦ୍ର ପଣ୍ଡା ପାରାୟଣ କରିଥିଲେ । ଅତିଥିô ଭାବେ ଦିବ୍ୟ ଜୀବନ ସଂଘର ବରିଷ୍ଠ ସନ୍ଥ ସ୍ୱାମୀ ବିଦ୍ୟାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ ଯୋଗ ଦାନ କରିଥିଲେ । “ମନକାମନା ସିଦ୍ଧି ନର ପାୱା, ଯୋ ୟହ କପଟ ତେଜି ଗାୱା” – ଅର୍ଥାତ୍ ଯେଉଁ ଜୀବ ବା ମନୁଷ୍ୟ ଛନ୍ଦ, ମନ୍ଦ,କପଟ ଇତ୍ୟାଦି ଶୂନ୍ୟ ହୋଇ ଏକାନ୍ତ ଚିତ୍ତରେ ଭଗବାନଙ୍କର ନାମକୁ ସ୍ମରଣ କରିଥାନ୍ତି ସେମାନଙ୍କ ସିଦ୍ଧିପ୍ରାପ୍ତ ହୋଇଥାଏ ବୋଲି ଗୋସ୍ୱାମୀ ସନ୍ଥ ତୁଳସୀ ଦାସ କହିଥିବା ଉକ୍ତିର ଯଥାର୍ଥତା ଏଠାରେ ସ୍ୱାମୀଜୀ ବର୍ଣ୍ଣନା କରିଥିଲେ । “ଯୋ ଶତବାର ପାଠ କରକୋଇ, ଛୁଟୈ ବନ୍ଦି ମହାସୁଖ ପାଇ, ଯୋ ୟହ ପଢ଼େ ହନୁମାନ ଚାଲିଶା, ୱଇ ସିଦ୍ଧି ସାଖୀ ଗୌରୀସା”- ଯେଉଁମାନେ ହନୁମାନ ଚାଳିଶାକୁ ନିର୍ମର୍ଳ ହୃଦୟ, ନିରହଂକାର ଓ ନିଃସ୍ୱାର୍ଥପର ଭାବରେ ଶତବାର ପାଠ କରିଥାନ୍ତି, ସେମାନେ ସମସ୍ତ ବନ୍ଧନରୁ ମୁକ୍ତି ପାଇଥାନ୍ତି । ଉଦାହରଣ ସ୍ୱରୂପ ହନୁମାନ ନିଜକୁ ସମ୍ପୂର୍ଣ୍ଣଭାବେ ଆତ୍ମ ସମର୍ପଣ କରିଦେଇଥିବା ଯୋଗୁଁ ସମସ୍ତ ପ୍ରକାର ଅସାଧ୍ୟ କାର୍ଯ୍ୟ ସହଜରେ ଏବଂ ନିର୍ବିଘ୍ନରେ କରିପାରିଛନ୍ତି । ଅତଏବ, ବର୍ତ୍ତମାନର ସମାଜରେ ଏହି ପ୍ରେରଣାକୁ ପ୍ରଚାର କରିବା ଦ୍ୱାରା ଲୋକମାନେ ବିଭିନ୍ନ ଆସକ୍ତିକୁ ପରିତ୍ୟାଗ କରି ଉଚିତ୍ ରାସ୍ତାକୁ ଆସିପାରିବେ ବୋଲି କହିଥିଲେ । ଯେଉଁ ପର୍ଯ୍ୟନ୍ତ ସଂସାର ପ୍ରତି ମୋହ ଥାଏ, ସେ ପର୍ଯ୍ୟନ୍ତ ହରିକଥା ବୁଝାଇଲେ ମଧ୍ୟ ବୁଝିପାରିବେ ନାହିଁ । ଏହି ସବୁ ତ୍ୟାଗ କରିବା ଦ୍ୱାରା ହିଁ ଶାସ୍ତ, ବେଦାନ୍ତ ଆଦି ଅନ୍ୟାନ୍ୟ ଧର୍ମଶାସ୍ତ କଥା ବୋଧଗମ୍ୟ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆୟୋଜକ ରୂପେ ରେବତୀ ଦାଶ, ସଂଘର କୋଷାଧ୍ୟକ୍ଷ ପ୍ରଦୀପ କୁମାର ଓଁକାର, ବିଭୂତି ଭୂଷଣ ପଣ୍ଡା, ସବିତା ରଥ, ସଂଯୁକ୍ତା ସାହୁଙ୍କ ସମେତ ୫୦ ରୁ ଉଦ୍ଧ୍ୱର୍ ଗୁରୁଭାଇ ଗୁରୁ ଭଉଣୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିଲେ । ପରିଶେଷରେ ସବିତା ଦାଶ ସମସଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ