ଦିବ୍ୟ ଜୀବନ ସଂଘ, କରାତଳି ଶାଖାର ପ୍ରଥମ ସତ୍ସଙ୍ଗ ଭବନ ପ୍ରତିଷ୍ଠା ଦିବସ ପାଳିତ
ଛତ୍ରପୁର : ରବିବାର ଦିବ୍ୟ ଜୀବନ ସଂଘ, କରାତଳି ଶାଖାରେ ସତ୍ସଙ୍ଗ ଭବନ ପ୍ରତିଷ୍ଠାର ବାର୍ଷିକ ଉତ୍ସବ ଦୁଇ ଦିନ ଧରି ସାଧନ ଦିବସ ପାଳିତ ହୋଇ ଯାଇଛି । ୨୦୧୮ ମାର୍ଚ୍ଚ ୧୦ ତାରିଖ ଦିନ ପୁରୀର ଚଳନ୍ତି ପ୍ରତିମା ପୂଜ୍ୟ ଗଜପତି ମହାରାଜ ଦିବ୍ୟସିଂହ ଦେବ ଏହି ଭବନକୁ ଉଦ୍ଝାଟନ କରିଥିଲେ । ଛତ୍ରପୁର ଦିବ୍ୟ ଜିଲ୍ଲା ସହଯୋଗରେ ପତିତପାବନ କରଣ, ସ୍ୱାମୀ ଗୁରୁଶରଣାନନ୍ଦ ସରସ୍ୱତୀ ଜୀ ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ୯.୩.୨୦୧୯ ତାରିଖ ସନ୍ଧ୍ୟାରେ ବିଶେଷ ସତ୍ସଙ୍ଗର ଆୟୋଜନ ହେବା ସହ ଆଜି ବ୍ରହ୍ମ ମୁହୁର୍ତ୍ତରେ ଜୟ ଗଣେଶ କୀର୍ତ୍ତନ, ଗୁରୁ ସ୍ତୋତ୍ର, ଜପ ଧ୍ୟାନ, ଯୋଗାସନ, ପ୍ରାଣାୟାମ, ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ୱତୀ ମହାରାଜ ଓ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ ମଞ୍ଚ ପରିଚାଳନା କରିଥିଲେ । ଗୁରୁପାଦ ପୂଜା, ନଗର ସଂକୀର୍ତ୍ତନ, ଗୁରୁ ସ୍ତୋତ୍ର, ଶ୍ରୀସୂକ୍ତମ୍, ଶନିଶ୍ଚର ସ୍ତୋତ୍ର ଓ ହନୁମାନ ଚାଳିଶା ସହ ବିଶ୍ୱର କଲ୍ୟାଣ ନିମନ୍ତେ ଶାନ୍ତିମନ୍ତ୍ର ପାଠ ସମୂହ ଭାବେ କରାଯାଇଥିଲା । ଏଥିରେ ଅତିଥି ଭାବେ ଦିବ୍ୟ ଜୀବନ ସଂଘର ବରିଷ୍ଠ ସନ୍ଥ ସ୍ୱାମୀ ବ୍ରହ୍ମସାକ୍ଷାତ୍କାରାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ ଯୋଗଦାନ କରି କାୟ ମନ ବାକ୍ୟରେ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିବା ଦ୍ୱାରା ହିଁ ଈଶ୍ୱର ସାକ୍ଷାତକାରର ମାର୍ଗ ପ୍ରଦର୍ଶିତ ହୋଇଥାଏ । ପ୍ରାରବ୍ଧ ପ୍ରଥମେ ଭଗବାନ ରଚନା କରିଥାନ୍ତି, ପରେ ଶରୀର ମାଧ୍ୟମରେ ଜୀବର ଭୁପୃଷ୍ଠରେ ଜନ୍ମ ହୋଇଥାଏ । ତେଣୁ ସମସ୍ତ ଚିନ୍ତାକୁ ଛାଡ଼ି ଶ୍ରୀରାମଙ୍କୁ ଭଜନ କରନ୍ତୁ । ମନ, ମସ୍ତିଷ୍କ ଓ ପ୍ରାଣକୁ ଏକ କରି ନିଷ୍ଠାର ସହିତ ସାଧନ କରିବା ଦ୍ୱାରା ନିଶ୍ଚିତ ଈଶ୍ୱର ସାକ୍ଷାକ୍ରାର ପ୍ରାପ୍ତି ନିମନ୍ତେ ପ୍ରଭୁଙ୍କର ନାମ ଅଖଣ୍ଡ ଜପ ଓ ଗୁରୁଙ୍କର ବାକ୍ୟକୁ ଦୃଢ଼ ବିଶ୍ୱାସ ରଖିବା ଆବଶ୍ୟକ ବୋଲି ସ୍ୱାମୀଜିୀମାନେ କହିଥିଲେ । ଅନ୍ତିମ ଶ୍ୱାସ ପର୍ଯ୍ୟନ୍ତ ଯେତେ ବାଧା ଯେତେ ବିଘ୍ନ, ଯେତେ କଷ୍ଟ, ଯେତେ ଦୁଃଖ ଆସୁନା କାହିଁକି ଶିବାନନ୍ଦ ବାଣୀ ଓ ଚିଦାନନ୍ଦ ବାଣୀକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ସଂକଳ୍ପ କରିଥିଲେ । କାର୍ଯ୍ୟକ୍ରମରେ ସମନ୍ୱୟ ସମିତି ଦକ୍ଷିଣାଞ୍ଚଳର ସଭାପତି ବିପ୍ର ଚରଣ ପାତ୍ର, ସଂଘ ସଭାପତି ସୋମନାଥ ନାହାକ, ସମ୍ପାଦକ ରାଜେନ୍ଦ୍ର ନାହାକ, କୋଷାଧ୍ୟକ୍ଷ ଜି. ଘନଶ୍ୟାମ ରେଡ଼ି, ଜି.ରଘୁନାଥ ରେଡ଼ି, ସୋମନାଥ ପଢ଼ିଆରି, ଶୁକଦେବ ମଣ୍ଡଳ, ଜି. ମନୋଜ ରେଡ଼ି, ଯୁଧିଷ୍ଠିର ରେଡ଼ି, ନଲିଆ ନାହାକ, ଗୋବିନ୍ଦ ନାହାକ, ମୋହନ ରେଡ଼ିଙ୍କ ସମେତ ପ୍ରାୟ ୪୦୦ରୁ ଉଦ୍ଧ୍ୱର୍ ଗୁରୁ ଭାଇ ଗୁରୁ ଭଉଣୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ପରିଶେଷରେ ସଂଘର ସଭାପତି ସୋମନାଥ ନାହାକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।