ଦିବ୍ୟ ଜୀବନ ସଂଘ ଦ୍ୱାରା ଅକ୍ଷୟ ତୃତୀୟା ପାଳିତ ଏବଂ “ଫୋନି” ବାତ୍ୟାଜନ୍ନିତ କ୍ଷୟକ୍ଷତିର ଆଶୁ ସମାଧାନ ନିମନ୍ତେ ପ୍ରାର୍ଥନା
ଦିବ୍ୟ ଜୀବନ ସଂଘ ଦ୍ୱାରା ସ୍ଥାନୀୟ ରଙ୍ଗୁଣୀବନ୍ଧ ସାହି ଠାରେ ଅକ୍ଷୟ ତୃତୀୟା ଉପଲକ୍ଷେ ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସମନ୍ୱୟ ସମିତି, ଦକ୍ଷିଣାଞ୍ଚଳ ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତା କରିବା ସହ ସତ୍ସଙ୍ଗ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଓମ୍ ଉଚ୍ଚାରଣ ସହ ଜୟ ଗଣେଶ କୀର୍ତ୍ତନ, ଗୁରୁସ୍ତୋତ୍ର, ଶ୍ରୀସୂକ୍ତମ୍, ଶନିଶ୍ଚର ସ୍ତୋତ୍ରମ୍, ଅର୍ଚ୍ଚନା ଏବଂ ସ୍ଥାନୀୟ ଭଜନ ମଣ୍ଡଳୀ ଦ୍ୱାରା ଭଜନ କୀର୍ତ୍ତନ କରାଯାଇଥିଲା । ଏଥି ସହିତ ନିକଟ ଅତୀତରେ ଘଟିଯାଇଥିବା ପ୍ରକୃତିକ ଦୁର୍ବିପାକ “ଫୋନି” ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ତଥା ଧନ ଜୀବନର ସୁରକ୍ଷା ନିମନ୍ତେ ସାମୁହିକ ପ୍ରାର୍ଥନା କରାଯାଇଥିଲା । ଭବିଷ୍ୟତରେ ଏହି ଭଳି ବାତ୍ୟା କିମ୍ବା ଯେ କୌଣସି ଯେତେବଡ଼ ପ୍ରାକୃତିକ ଦୁର୍ବିପାକ ଆସୁ ନା କାହିଁକି, ଆମ୍ଭେ ଭୟଭିତ ହୋଇ ମନକୁ ବିଚଳିତ କରିବା ନାହିଁ । ଧୈର୍ଯ୍ୟର ସହିତ ତାହାକୁ ମୁକାବିଲା କରିବା ପାଇଁ ଚେଷ୍ଟା କରିବା ଉଚିତ୍ । ମନ, ମସ୍ତିଷ୍କ, ପ୍ର୍ରାଣ ଏକ କରି ପ୍ରାର୍ଥନା କରିବା ଆବଶ୍ୟକ । ନିଷ୍ଠା, ବିଶ୍ୱାସ ଓ ଭାବର ସହିତ ଭଗବାନଙ୍କୁ ପ୍ରାର୍ଥନା କରିବା ଦ୍ୱାରା ସମସ୍ତ ସମସ୍ୟାର ସମାଧାନ ହୋଇଥାଏ । ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ସ୍ୱାମୀ ବିଦ୍ୟାନନ୍ଦ ସରସ୍ୱତୀ ମହାରାଜ ଓ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ ଯୋଗଦାନ କରିଥିଲେ । ସ୍ୱାମୀଜୀମାନେ କହିଥିଲେ – ଅକ୍ଷୟ, ଯାହାର ଅର୍ଥ କ୍ଷୟ ନ ହେବା । ଏହି ତୃତୀୟ ଦିନଟିକୁ ଅକ୍ଷୟ ତୃତୀୟା କୁହାଯିବାର ଅନେକ ମାହାତ୍ମ୍ୟ ରହିଛି । ଏହି ଦିନ ଘୋଷଯାତ୍ରା ପାଇଁ ହେବାକୁ ଥିବା ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥାଏ । ଚାଷୀମାନେ ସେମାନଙ୍କର ମୁଖ୍ୟ ଫସଲ ‘ଧାନ’ ବିହନ ପ୍ରଥମ ବୀଜବପନ କରିଥାନ୍ତି ଏବଂ ଏହି ଦିନ ସମସ୍ତ ପ୍ରକାର ମାଙ୍ଗଳିକ କାର୍ଯ୍ୟର ଶୁଭାରମ୍ଭ କରାଗଲେ ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ହୋଇଥାଏ । ପ୍ରକାଶ ଚନ୍ଦ୍ର ରଥ ଅକ୍ଷୟ ତୃତୀୟା ଦିନର ମାହାତ୍ମ୍ୟ ତଥା ଆବଶ୍ୟକତା ଉପରେ ବୁଝାଇଥିଲେ । ଆମ ଉକ୍ରଳୀୟ ପରମ୍ପରାରେ ଏହି ଦିନ ସୁନା ଆଦି କ୍ରୟ ଏବଂ ଗୃହ ପ୍ରବେଶ ଆଦି କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ । ଏଥି ସହିତ ଆଜି କୃଷ୍ଣ ଗୌଡ଼ଙ୍କ ନୂତନ ଗୃହ ପ୍ରବେଶ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କୃଷ୍ଣ ଗୌଡ଼, ଦେବୀ ଗୌଡ଼, ଜଗନ୍ନାଥ ପାତ୍ର, ଓମ୍କାର, ରୀନା ଆଚାରୀ, ରୀନା ଗୌଡ଼, ପୃଥିବୀ ସାହୁଙ୍କ ସମେତ ପ୍ରାୟ ୫୦ରୁ ଉଦ୍ଧ୍ୱର୍ ଭକ୍ତ ଯୋଗଦେଇ ବିଭୂ କୃପା ଲାଭ କରିଥିଲେ । ପରିଶେଷରେ କୃଷ୍ଣ ଗୌଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ବିଶ୍ରାମ ଦିଆଯାଇଥିଲା ।
ଯୋଗାଯୋଗ : ୯୦୯୦୧୫୭୬୨୬, ୮୨୪୯୯୮୧୬୮୫6,