ଦିବ୍ୟ ଜୀବନ ସଂଘ ଦ୍ୱାରା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ବ୍ରହ୍ମପୁର : ଶିଳ୍ପାଞ୍ଚଳସ୍ଥିତ ଇନ୍ଦିରା ନଗର ଠାରେ ଦିବ୍ୟ ଜୀବନ ସଂଘର ବରିଷ୍ଠ ସନ୍ଥ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜଙ୍କ ଅଧ୍ୟକ୍ଷତାରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ବିଶ୍ୱର ଶାନ୍ତି ପ୍ରତିଷ୍ଠା, ବିଶ୍ୱର ମଙ୍ଗଳ କାମନା ସହ ଜମ୍ମୁ-କାଶ୍ମୀରରେ ମଧ୍ୟ ଯେଉଁଭଳି ଭାବେ ୩୭୦ ଓ ୩୫-ଏ ଅନୁଚ୍ଛେଦକୁ ଭାରତ ସରକାରଙ୍କ ଦ୍ୱାରା ହଟାଗଲା, ସେଠାକାର ଲୋକଙ୍କ ଦ୍ୱାରା ଶାନ୍ତି ପ୍ରତିଷ୍ଠା ହୋଇ ପୁନର୍ବାର ପୂର୍ବପରି ଶାନ୍ତିରେ ରହିବା ନିମନ୍ତେ ପ୍ରାର୍ଥନା ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଆତ୍ମାର ଚିର ଶାନ୍ତି ପାଇଁ ଓ ସଂକଟ ମୋଚନ ହନୁମାନ ମହାପ୍ରଭୁଙ୍କୁ ହୃଦୟ ପୂର୍ବକ ଭାବ ସହିତ ପ୍ରାର୍ଥନା କରାଯାଇଥିଲା । ବର୍ତ୍ତମାନ ପରିସ୍ଥିତିରେ ହନୁମାନ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବା ଦ୍ୱାରା ସମସ୍ତ ଦୁଃଖକଷ୍ଟରୁ ମୁକ୍ତି ମିଳିଥାଏ । ତେଣୁ ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ପରିସ୍ଥିତିରେ ଭାବ ସହିତ ପ୍ରାର୍ଥନା କରିବା ଆବଶ୍ୟକ । ବିଶେଷ କରି , ବର୍ତ୍ତମାନର ଯୁବାପିଢ଼ୀ ଏଭଳି ପ୍ରାର୍ଥନା କରିବା ଆବଶ୍ୟକ । ସେଥିପାଇଁ ହନୁମାନ ଚାଳିଶାରେ କୁହାଯାଇଛି “ସଂକଟ କଟୈ ମିଟୈ ସବ୍ ପୀରା, ଯୋ ସୁମରଇ ହନୁମତ୍ ବଲବୀରା” ଅର୍ଥାତ୍ ଯେ କୌଣସି ସଂକଟରେ ସଂକଟ ମୋଚନଙ୍କୁ (ହନୁମ।।ନଜୀଙ୍କୁ ) ଦୃଦୟର ସହିତ ଭାବ ପୂର୍ଣ୍ଣ ସହକାରେ ଏବଂ ବ୍ୟାକୁଳତାର ସହିତ ମନ,ମସ୍ତିଷ୍କ ଓ ପ୍ରାଣକୁ ଏକ କରି ପ୍ରର୍ଥାନା କରିବା ଦ୍ୱାରା ନିଶ୍ଚୟ ନିଶ୍ଚୟ ନିଶ୍ଚୟ ସୁନିଶ୍ଚିତ ସଫଳ ହୋଇଥାଏ । କାର୍ଯ୍ୟକ୍ରମରେ ପୁରୋହିତ ସୁଧୀର କୁମାର ଚୌଧୁରୀ, ଲିଙ୍ଗରାଜ ଦୋରା, ଉମା ଚରଣ ପଟ୍ଟନାୟକ, ଦୀନବନ୍ଧୁ ପଣ୍ଡା, ସରସ୍ୱତୀ ସାହୁ, ସଚ୍ଚିତାରାଣୀ କର, କ୍ଷେତ୍ରମୋହନ ବେହେରା, ଜାନଭୀ ବେହେରାଙ୍କ ସମେତ ପ୍ରାୟ ୫୦ ଜଣରୁ ଉଦ୍ଧ୍ୱର୍ ଭକ୍ତ ଯୋଗ ଦାନ କରିଥିଲେ । ପରିଶେଷରେ ଲିଙ୍ଗରାଜ ଦୋରା ସମସ୍ତଙ୍କୁ ଧନ୍ୟବାଦ କରିବା ସହ କାର୍ଯ୍ୟକ୍ରମକୁ ବିଶ୍ରାମ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ