ଦିବ୍ୟ ଜୀବନ ସଂଘ ଦ୍ୱାରା ସ୍ୱତନ୍ତ୍ର ସତ୍ସଙ୍ଗ କାର୍ଯ୍ୟକ୍ରମ

ବ୍ରହ୍ମପୁର : ମଙ୍ଗଳବାର ଦିନ ରଙ୍ଗେଇଲୁଣ୍ଡା ବ୍ଳକ୍ ଅନ୍ତର୍ଗତ ଗୋଳନ୍ଥରା ନିକଟସ୍ଥ ଗୋବିନ୍ଦପୁର ଗ୍ରାମରେ ସନ୍ଧ୍ୟାରେ ବଡ଼ିଆଓସ୍ତା ଶାଖା, ଦିବ୍ୟ ଜୀବନ ସଂଘ ସହଯୋଗରେ ଗୋବିନ୍ଦପୁର ଠାରେ ସନ୍ଧ୍ୟାରେ ସ୍ୱାମୀ ରାମଦାସାନନ୍ଦଜୀ (ଶ୍ରୀକାନ୍ତ ଆଚାର୍ଯ୍ୟ)ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହରାଜ ଯୋଗଦଥିଲେ । ଅମର କୁମାର ଜେନା ମଞ୍ଚ ପରିଚାଳନା କରିଥିଲେ । ସ୍ୱାମୀଜୀ ମହାରାଜ କହିଥିଲେ- ଜୀବନରେ ଯେତେ ଜ୍ଞାନ ଥିଲେ ମଧ୍ୟ ସେ ସବୁ ଧନ ଅର୍ଜିତ ଜ୍ଞାନ ହୋଇଥାଏ କିନ୍ତୁ ଆଧ୍ୟାତ୍ମିକ ଜ୍ଞାନ ଆତ୍ମା ପରମାତ୍ମାର ମିଳନକୁ ସହଯୋଗ କରିଥାଏ । ତେଣୁ ଆଧ୍ୟାତ୍ମିକ ଜ୍ଞାନ କେବଳ ସତ୍ସଙ୍ଗରେ ହିଁ ପ୍ରାପ୍ତ ହୋଇଥାଏ । ତେଣୁ ସଦ୍ସଙ୍ଗରେ ଯୋଗଦାନ କରି ଶ୍ରଦ୍ଧା, ବିଶ୍ୱାସ ଓ ଭକ୍ତି, ବିନମ୍ର ଦ୍ୱାରା ଭବସାଗରରୁ ପାର ହୋଇପାରିବେ; ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ବୋଲି ସ୍ୱାମୀଜୀ କହିଥିଲେ । ଠିକ୍ ସେହିପରି ସ୍ୱାମୀ ରାମଦାସାନନ୍ଦଜୀ କହିଥିଲେ- ଶ୍ରୀରାମ ଚରିତର ମାହାତ୍ମ୍ୟ ଭକ୍ତମାନଙ୍କୁ ବୁଝାଇଥିଲେ । ରାମ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ । ତେଣୁ ବର୍ତ୍ତମାନର ଯୁବ ପିଢ଼ିମାନଙ୍କୁ ରାମଙ୍କର ପ୍ରତିଟି କାର୍ଯ୍ୟଶୈଳୀକୁ ଅନୁସରଣ କରିବା ସହ ପିତାମାତାଙ୍କ ବଚନ ପାଳନ କରିବା, ଏବଂ ସମ୍ମାନ ଦେବା ଓ ସାନମାନଙ୍କୁ ଉପଯୁକ୍ତ ପଥ ପ୍ରଦର୍ଶନ କରିବାରେ ସହାୟକ ହେବା ଇତ୍ୟାଦିକୁ ଆମ୍ଭେ ଆମ୍ଭ ଜୀବନଚର୍ଯ୍ୟାରେ ସାମିଲ କରିବାକୁ ହେବ ବୋଲି ବୁଝାଇଥିଲେ । ଏହାଦ୍ୱାରା ସମସ୍ତ ପ୍ରକାର ବାଧାବିଘ୍ନ ଆସିଲେ ସୁଦ୍ଧା ତାହା ଅତି ସହଜରେ ସମାଧାନ ହୋଇପାରିଥାଏ । କାର୍ଯ୍ୟକ୍ରମରେ ଅଲାରିଗାଁ, ନିସ୍ତିପୁର, ବଡ଼ିଆଓସ୍ତା, ଜୟନ୍ତୀପୁର, ରୋହିଗାଁ, ପଦ୍ମତୋଳା, ଗୌତୁମୀ, ପାଣ୍ଡିଆଝୋଳି ଶାଖାର ଗୁରୁଭାଇ ଗୁରୁଭଉଣୀମାନେ ଆସି ଯୋଗଦାନ କରିଥିଲେ । ସଚ୍ଚିନ୍ଦ୍ର ମହାପାତ୍ର, ଦଣ୍ଡପାଣି ରଣା, ପର୍ଶୁରାମ ପାତ୍ର, ସିମାଞ୍ଚଳ ପଣ୍ଡା, ଅମର କୁମାର ଜେନା, ସଂକେତ, ସୀତାରାମ, ମନୋଜ ଇତ୍ୟାଦି ଭାଇମାନେ ଯୋଗଦାନ କରି ଭଜନ କୀର୍ତ୍ତନ କରିଥିଲେ । ଏଥିରେ ପ୍ରାୟ ୨୦୦ରୁ ଉଦ୍ଧ୍ୱର୍ ଗୁରୁଭାଇ ଗୁରୁଭଉଣୀ ଯୋଗଦାନ କରିଥିଲେ । ଶେଷର ଦଣ୍ଡପାଣି ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ