ଦିବ୍ୟ ଜୀବନ ସଂଘ ଦ୍ୱାରା ସ୍ୱାମୀ କ୍ରିଷ୍ଣାନନ୍ଦ ସରସ୍ୱତୀଙ୍କ ୯୭ ତମ ଜୟନ୍ତୀ ପାଳିତ
ବ୍ରହ୍ମପୁର : ଦିବ୍ୟ ଜୀବନ ସଂଘ ବ୍ରହ୍ମପୁର ମୁଖ୍ୟ ଶାଖାରେ ସଂଘର ସଭାପତି ପ୍ରକାଶ ଚନ୍ଦ୍ର ରଥ, ସମ୍ପାଦକ କପିଳେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ୱାମୀ କ୍ରୀଷ୍ଣାନନ୍ଦ ସରସ୍ୱତୀ ମହାରାଜଙ୍କ ୯୭ ତମ ଜୟନ୍ତୀ ପାଳନ ହୋଇଯାଇଛି । ଋଷିକେଶ ମୁଖ୍ୟାଳୟରେ ସ୍ୱାମୀ ଶିବାନନ୍ଦ ମହରାଜଙ୍କ ଅତି ନିକଟତର ଶିଷ୍ୟ ହୋଇ ସାଧାରଣ ସମ୍ପାଦକ ଭାବେ ତାଙ୍କର ଅନ୍ତିମ ନିଃଶ୍ୱାସ ପର୍ଯ୍ୟନ୍ତ ସେବା କାର୍ଯ୍ୟ ତୁଲାଉଥିଲେ । ନିଷ୍ଠାର ସହିତ ସେବା କରିବା ସହ ଅନେକ ଭକ୍ତ ତାଙ୍କରି ମାର୍ଗ ଦର୍ଶକ ହୋଇ ନିଜ ଜୀବନରେ ପରିବର୍ତ୍ତନ ଆଣିପାରିଥିଲେ । ସ୍ୱାମୀଜୀ ମହରାଜ ବେଦ ଦବେଦାନ୍ତ ସମ୍ବନ୍ଧୀୟ ଅନେକ ଧର୍ମଗ୍ରନ୍ଥ ରଚନା କରିଛନ୍ତି । ଯାହାକି ଆଜି ପର୍ଯ୍ୟନ୍ତ ବଡ଼ ବଡ଼ ଆଇ.ଏ.ଏସ୍. ଆଇ.ପି.ଏସ୍ , ଉଚ୍ଚ କୋଟିର ବ୍ୟକ୍ତିମାନେ ମଧ୍ୟ ତାଙ୍କରି ଲେଖାକୁ ସହଜରେ ବୁଝି ପରୁନଥବଲେ ତାଙ୍କର ିଲେଖାକ । ସେ ଜୀବନରେ ଅନେକ ଉତ୍ସାହିତ ି କରି ଦିବ୍ୟ ଜୀବନ ସଂଘ, କ’ଣ, ସଂସାର କ’ଣ ଇତ୍ୟାଦି ଆଶୀର୍ବଚନ ମାଧ୍ୟମରେ ବୁଝାଇ ଥିଲେ । କାର୍ଯ୍ୟକ୍ରମରେ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜଙ୍କ ସମେତ ସଂଘର ଉପ ସଭାପତି, ଉମା ଚରଣ ମହାନ୍ତି, କୋଷାଧ୍ୟକ୍ଷ ପଦୀପ କୁମାର ଓଁକାର, ଜୟନ୍ତୀ ପଣ୍ଡା, ଯମୁନା ଦବୀ, ପୌରୋହିତ୍ୟ ଦଣ୍ଡପାଣି ମିଶ୍ର, ବଳନରାମ ପଣ୍ଡା, ବିଭୂତି ପଣ୍ଡା, ଜନାର୍ଦ୍ଦନ ମହାନ୍ତଙ୍କ ସମେତ ଶତାଧିକ ଗୁରୁଭାଇ ଗୁରୁଭଉଣୀ ଏଡି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହି ପରି ଦିବ୍ୟ ଜୀବନ ସଂଘ ଦ୍ୱାରା ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜଙ୍କ ଅଧ୍ୟକ୍ଷତା ତଥା ଜଗନ୍ନାଥ ବ୍ରହ୍ମାଙ୍କ ସହଯୋଗରେ ଲାଞ୍ଜିପଲ୍ଲୀ ରାମ ନଗରସ୍ଥିତ ଶିିବ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱର କଲ୍ୟାଣ ଜଗତର ମଙ୍ଗଳ ନିମନ୍ତେ ୧୦୮ ହନୁମାନ ଚାଳିଶା ପାଠ ସହ ୪ପ୍ରହର ନାମ ଯଜ୍ଞ ସହ ଅନ୍ନ ଯଜ୍ଞ ଓ ଘୃତ ଯଜ୍ଞ ହୋଇଥିଲା । କାର୍ଯ୍ୟକ୍ରମର ପ୍ରାତଃ ଜୟ ଗଣେଶ କୀତ୍ତନ, ଗୁରୁସ୍ତୋତ୍ର, ମହାମୃତ୍ୟୁଞ୍ଜୟ ପାଠ, ବିଶ୍ୱ ପ୍ରାର୍ଥନା, ହେ ପ୍ରଭୁ ଆନନ୍ଦ ଦାତା, ଦେବୀ ମନ୍ତ୍ର, ଗାୟତ୍ରୀ ମନ୍ତ୍ର ସହ ଣାନ୍ତିମନ୍ତ୍ର ଉଚ୍ଚାରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରତିମା ବ୍ରହ୍ମା, ଅଶୋକ କୁମାର ତ୍ରିପାଠୀ, ଅମିତା ତ୍ରିପାଠୀ, ନିରଞ୍ଜନ ଭଟ୍ଟ, ସସ୍ମିତା ଭଟ୍ଟ, ଅଜିତ୍ କୁମାର ପଣ୍ଡା, ସମୀତା ପଣ୍ଡା, ରଶ୍ମିତା ଭଟ୍ଟ, ବାଦ୍ୟକାର ସନ୍ତୋଷ ବେହେରା, ସରସ୍ୱତୀ ସାହୁ, ଉମା ଚରଣ ପଟ୍ଟନାୟକଙ୍କ ସମେତ ପ୍ରାୟ ୧୫୦ ରୁ ଉଦ୍ଧ୍ୱର୍ ଗୁରୁଭାଇ ଗୁରୁ ଭଉଣୀ ଯୋଗଦାନ କରିଥିଲେ ।