ଦିବ୍ୟ ଜୀବନ ସଂଘ ପକ୍ଷରୁ ଗୁରୁପୂର୍ଣ୍ଣିମା ପାଳିତ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ଦିବ୍ୟ ଜୀବନ ସଂଘ ମହିଳା ଶାଖା ତରଫରୁ ମ୍ୟୁନୁସିପାଲଟି ତରଫରୁ ଗୁରୁପ୍ରୂ୍ଣ୍ଣିମା ପାଳିତ ହୋଇଯାଇଛି । ଏହି ଅବସରରେ ଗୁରୁ ପାଦୁକା ପୂଜା , ଅର୍ଚ୍ଚନା ଆଦି ବରିଷ୍ଠ ଗୁରୁ ଭାଇ ଶ୍ରୀନିବାସ ପାତ୍ର ,ରୀନା ପାଢୀଙ୍କ ପ୍ୟୈାରାହିତ୍ୟରେ ଏସବୁ କାର୍ଯ୍ୟକ୍ରମ କରାଯାଇଥିଲା ।ଏହି ଅବସରରେ ବରିଷ୍ଠ ଗୁରୁ ଭାଇ କପିଳେନ୍ଦ୍ର ପଣ୍ଡା ,ଶ୍ରୀଧର ଦାସ,ଉମାଚରଣ ମହାନ୍ତି,ପ୍ରଦୀପ ଓଁକାର ,ଲକ୍ଷ୍ମୀନାରାୟଣ ପାଢୀ ,ମମତା ପଟ୍ଟନାୟକ ସତସଙ୍ଗରେ ଉପସ୍ଥିତ ରହି ଗୁରୁପୂର୍ଣ୍ଣିମା ଉପରେ ଆଲୋକପାତ କରିଥିଲେ ।ଏହା ସହ ଆଶ୍ରମ ପରିସରରେ ଭଜନ ସମରୋହ କରାଯାଇଥିଲା । ଏହା ସହ ଆସନ୍ତା ଜୁନ୍ ୨୬ ତାରିଖ ଦିନ ଗୁରୁଦେବ ସ୍ୱାମୀ ଶିବାନନ୍ଦ ଙ୍କ ୫୬ ତମ ପୂର୍ଣ୍ଣ୍ୟ ଦିବସ ଯାଏଁ ପାଳନ କରାଯିବ ବୋଲି କହିବା ସହ ଭକ୍ତ ମାନଙ୍କୁ ସମିତିର କୋଷାଧକ୍ଷ୍ୟ ଶାନ୍ତି ଭୂଷଣା ପଣ୍ଡା ଉପସ୍ଥିତ ରହିବା ପାଇଁ କହିଥିଲେ । ଏହି ପୂର୍ଣ୍ଣ୍ୟ ଦିବସରେ ଯୋସ୍ନାରାଣୀ ଦାସ,ଅରୁଣ ଦାସ,କିଶୋର ପାଣିଗ୍ରାହି,ପ୍ରମିଳା ମହାରଣା ,ଶାରଦା ଦାସ,ଅଲେଖ ବେହେରା,ସୁରେଶ ବରାଡ,ଜ୍ୟୋତି ପାତ୍ର,ସକୁନ୍ତଳା ,ସରସ୍ୱତୀ ପାଣିଗ୍ରାହି, ଗୋପିନାଥ ଦୋରା,ସମେତ ସଂଘର ଗୁରୁ ଭାଇ ଓ ଭଉଣୀ ରହି ସହଯୋଗ କରିଥିଲେ ।ଶେଷରେ ଉପସ୍ଥିତ ପାଇଁ ଗୋପିନାଥ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ ।


