ଦିବ୍ୟ ଜୀବନ ସଂଘ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ଛତ୍ରପୁର, (ଦେବଦତ୍ତ ମହାରଣା):ଶ୍ରୀଶ୍ରୀ ସ୍ୱାମୀ ଶୀବାନନ୍ଦ ମହାରାଜାଙ୍କ ପୁଣ୍ୟ ଜନ୍ମ ତିଥି ଅବସରରେ ଗୁରୁବାର ସ୍ଥାନୀୟ ବ୍ଲକ ଅନ୍ତର୍ଗତ କରାତଳି ସ୍ଥିତ ଦିବ୍ୟ ଜୀବନ ସଂଘ ପକ୍ଷରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଖପାଖ ଅଂଚଳର ୫୦ ରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ଚିକିତ୍ସା କରିବା ସମେତ ମାଗଣା ଔଷଧ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କରାତଳି ଦିବ୍ୟ ଜୀବନ ସଂଘର ସଭାପତି ରାଜେନ୍ଦ୍ର ନାହାକ, ସମ୍ପାଦକ ସୋମନାଥ ପଢିଆରୀଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ରହିଥିଲେ । ବ୍ରହ୍ମପୁର ଆଡଭାନ୍ସ ଆଇ କେର କ୍ଲିନିକ ର ଡାକ୍ତର ମାନେ ରୋଗିଙ୍କ ଚିକିତ୍ସା କରିଥିଲେ ।