ଦିବ୍ୟ ଜୀବନ ସଂଘ , ମହିଳା ଶାଖା ପକ୍ଷରୁ ଆଧାତ୍ମିକ ସମାବେଶ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ଦିବ୍ୟ ଜୀବନ ସଂଘ ମହିଳା ଶାଖା ପକ୍ଷରୁ ସ୍ଥାନୀୟ ଗିରିରୋଡ ସ୍ଥିତ ଗୀତା ଭବନ ଠାରେ ତ୍ରିଦିବସୀୟ ସାଧନା ଓ ସତସଙ୍ଗ ସମାରୋହ ପାଳିତ ହୋଇଯାଇଛି । ଏହି ଆଧାତ୍ମିକ କାର‌୍ୟ୍ୟକ୍ରମରେ ବରିଷ୍ଠ ଯୋଗଗୁରୁ ଧର୍ମନିଷ୍ଠାନନ୍ଦ ସରସ୍ୱତୀ ମହାରାଜ ଯୋଗ ଦେଇ ଯୋଗ ଶିକ୍ଷା ର ଉପକାରିତା ଉପରେ ଆଲୋକପାତ କରିଥିଲେ । ଭଜନ କୀର୍ତ୍ତନ ସହ ସଂନ୍ଧ୍ୟା ସମୟରେ କୁନି ଛାତ୍ରଛା୍‌ତ୍ରୀ ମାନଙ୍କ ଦ୍ୱାରା ଭଜନ ପରିବେଶଣ କରାଯାଇଥିଲା ।ଓଡିଶାର ବରିଷ୍ଠ ପ୍ରବଚିକା କମଳ କୁମାର ପାଣିଗ୍ରାହି ମୁଖ୍ୟ ଅତିଥିଭାବେ ପରିଚୟ ପ୍ରଦାନ କରିଥିଲେ ।ଶ୍ରୀଧର ଦାସଙ୍କ ସଂଯୋଜନାରେ ବରିଷ୍ଠ ଗୀତାତତ୍ତ୍ୱ ବିତ ଜଗତ କିଶୋର ଦାସ , ଭଗବତ ଗୀତା ଉପରେ ଆଧାରିତ ପ୍ରବଚନ ପ୍ରଦାନ କରିବା ସହ ସ୍ୱାମୀ ଧର୍ମନିଷ୍ଠାନନ୍ଦ ସରସ୍ୱତୀ ମହାରାଜ , ସ୍ୱାମୀ ଶିବାନନ୍ଦ, ଓ ସ୍ୱାମୀ ଚିଦାନନ୍ଦଙ୍କ ଆଧାରିତ ଗୁର ୁଉପଦେଶ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଜିଲ୍ଲା ସ୍ତରୀୟ ସାଧନା ଶିବିର ଅନୁଷ୍ଠିତ ହୋଇଥିଲା । ଏଥି ସମେତ କାର‌୍ୟ୍ୟକ୍ରମରେ ବହୁ ଭକ୍ତ ଯୋଗ ଦେଇଥିଲେ । ସଂଘର ବରିଷ୍ଠ ସଦସ୍ୟ ତଥା ଦକ୍ଷିଣାଚଂଳ ସମନ୍ୱିୟ ସମିତିର କୋଷାଧକ୍ଷ ଶାନ୍ତି ଭୂଷଣ ପଣ୍ଡାଙ୍କ ଛତ୍ରପୁର ଦିବ୍ୟ ଜିଲ୍ଲାର ବରିଷ୍ଠ ସଦସ୍ୟ ପତିତପାବନ କରଣ ଉପଢୈକନ ସହିତ ଶାନ୍ତିି ଭୂଷଣ ପଣ୍ଡାଙ୍କ ଛତ୍ରପୁର ଦିବ୍ୟଜିଲ୍ଲାର ବରିଷ୍ଠ ସଦସ୍ୟ ପତିତପାବନ କରଣ ଉପଢୈାକନ ସହିତ ଗୁରୁମହାରାଜଙ୍କ ଫଟୋ ସ୍ୱାମୀଜୀ ମାନଙ୍କର କର କମଳରେ ପ୍ରଦାନ କରିଥିଲେ । ଏହି ଦିବ୍ୟ କାର‌୍ୟ୍ୟକ୍ରମକୁ ସଂଘର ସଭାନେତ୍ରୀ ଜୋସ୍ନାରାଣୀ ଦାସ , ରିନା ପାଢୀ , ଶାନ୍ତି ଭୁଷଣ ପଣ୍ଡା, ଅରୁଣ ଦାସ , ଅଲେଖ ବେହେରା. ସାରଦା ଦାସ, ଶକୁନ୍ତଳା , ମାମୀ ବେହେରା , ପ୍ରମିଳା ମହାରଣା , କିଶୋର ପାଣିଗ୍ରାହି , ଜଗନ୍ନାଥ ଆଚାର‌୍ୟ୍ୟ,ଭାସ୍କର ବେହେରା , ଏହା ସମେତ ଆଖପାଖ ଶାଖାର ବହୁ ତ୍ତକର୍ମକର୍ତ୍ତା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ