ଦିବ୍ୟ ଜୀବନ ସଂଘ ମହିଳା ସତସଙ୍ଗ ପାଳିତ

ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ ) : ସାନଖେମୁଣ୍ଡି ବ୍ଲକ ସ୍ଥିତ ଦ୍ୟୟାନିଧିିପୁର ଗ୍ରାମରେ ସନ୍ଧରୀ ଏକ ସ୍ୱତନ୍ତ୍ର ସତସଙ୍ଗ ବଡିଆଓସ୍ତା ଶାଖା ଦ୍ୱାରା ଆୟୋଜିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ
ଜୟ ଗଣେଷ କୀର୍ତ୍ତନ , ଗୁରୁ ସ୍ତୋତ୍ର , ଅର୍ଚ୍ଚନା, ଗୀତା ପାଠ ,ବିଶ୍ୱର କଲ୍ୟାଣ ନିମନ୍ତେ ଶାନ୍ତି ପାଠ କରାଯାଇଥିଲା । ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଦୟାନିଧିପୁର ଗ୍ରାମରେ ବଡିଆ ଶାଖା ଆନୁକୁଲ୍ୟରେ ସତସତ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ସ୍ୱାମୀ ଶରଣାନନ୍ଦ ସରସ୍ୱତୀ ମହାରାଜ ଯୋଗଦାନ କରି ନିଜ କଥା ମୃତ ମାଧ୍ୟମରେ ଶିବାନନ୍ଦ ବାଣୀ ,ଚିଦାନନ୍ଦ ବାଣୀ ,ରାମକଥା ,କୃର୍ଷ୍ଣକଥା ବୁଝାଇଥିଲେ ।ଜୀବନରେ ତାଙ୍କୁ ହିଁ ସ୍ମରଣ କରି ଏହି ମାୟା ସଂସାରରୁ ପାର ହୋଇପାରିବା ବୋଲି କହିଥିଲେ । ସ୍ୱାମୀ ରାମନନ୍ଦଜୀ ( ଶ୍ରୀକାନ୍ତ ଆଚାର୍ଯ୍ୟ ) ପରିଚାଳନା କରିବା ସହ ଗୁରୁକଥା ,ରାମ କଥା କହିଥିଲେ । ଶେଷ ରେ ଭଜନ କୀର୍ତ୍ତନ ହନୁମାନ ଚାଳିଶା ପାଠ କରିଥିଲେ । ଏହା ସହ ଏହି କାର୍ଯ୍ୟକ୍ରମରେ ଜୟ ଗଣେଷ କୀର୍ତ୍ତନ ଗୁରୁ ସ୍ତୋତ୍ର ,ଅର୍ଚ୍ଚନା , ଗୀତାପାଠ ,ବିଶ୍ୱର କଲ୍ୟାଣ ପାଇଁ ଶାନ୍ତମନ୍ତ୍ର ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୀତାରାମ ,ଲଳିତା , ସନ୍ତୋଷ ,ନିଳାଞ୍ଚଳ ,ନିଳାମ୍ବର ଡାକୁଆ ,ଦଣ୍ଡପାଣି ରଣା ,ସବିତା ଡାକୁଆ ,ଓ ଭୀମସେନ ,ଆଦି ଶ୍ରଦ୍ଧାଳୁ ମାନେ ଯୋଗ ଦେଇ ନାମ କିର୍ତ୍ତନ କରିଥିଲେ । ସାନଖେମୁଣ୍ଡି ଆଖପାଖ ଗ୍ରାମର ଶ୍ରଦ୍ଧାଳୁ ମାନଙ୍କ ଭିଡ ଜମିଥିଲା । ଏହା ସହିତ ପରିଶେଷରେ ନିଳାମ୍ବର ଡାକୁଆ , ଓ ସବିତା ଡାକୁଆ ସମସ୍ତଙ୍କୁ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ