ଦିଲ୍ଲୀପ ଶତପଥୀଙ୍କ ବିୟେ।।ଗରେ ଶୋକ
ଭୁବନେଶ୍ୱର, : ରାଜ୍ୟର ବରିଷ୍ଠ ସାମ୍ବାଦିକ ତଥା ଅର୍ଥନୀତି ବିଶାରଦ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ବିୟୋଗ ଘଟିଛି । ଜଣେ ଭଦ୍ର, ନମ୍ର, ମେଳାପୀ ତଥା ଜ୍ଞାନୀ ଗୁଣି ବ୍ୟକ୍ତିଭାବେ ପରିଚିତ ଶତପଥୀଙ୍କ ବିୟୋଗ ଯୋଗୁ ରାଜ୍ୟ ଜଣେ ଜଣାଶୁଣା ଅର୍ଥନୀତିଜ୍ଞ ଓ ନୀତିନିଷ୍ଠ ସାମ୍ବାଦିକଙ୍କୁ ହରାଇଛି । ତାଙ୍କ ବିୟୋଗରେ ରାଜ୍ୟ ନାଗରିକ ସମାଜ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ନାଗରିକ ସମାଜର ଅଧ୍ୟକ୍ଷ ପ୍ରକାଶ ରଥ ତାଙ୍କ ବାସଭବନକୁ ଯାଇ ତାଙ୍କ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ ।