ଦିଲ୍ଲୀରେ ନାଗରିକତ୍ବ ସଂରକ୍ଷଣ ବିଲ୍କୁ ବିରୋଧ, ୧୪ଟି ମେଟ୍ରୋ ଷ୍ଟେସନ୍ ବନ୍ଦ
ନୂଆଦିଲ୍ଲୀ : ନାଗରିକତ୍ବ ସଂରକ୍ଷଣ ବିଲ୍କୁ ନେଇ ନୂଆଦିଲ୍ଲୀରେ ଆନ୍ଦୋଳନ ଚାଲିଥିବା ବେଳେ ମେଟ୍ରୋ ସେବା ବ୍ୟାହତ ହୋଇଛି । ଏହି ଆନ୍ଦୋଳନ ଫଳରେ ଦିଲ୍ଲୀର ୧୪ଟି ମେଟ୍ରୋ ଷ୍ଟେସନ୍ରେ ସେବା ବନ୍ଦ ରଖାଯାଇଛି । ଲାଲ କିଲ୍ଲାରେ ଧାରା ୧୪୪ ଲାଗୁ କରାଯିବା ପରେ ଡିଏମ୍ଆର୍ସି କର୍ତ୍ତୃପକ୍ଷ ଲାଲକିଲ୍ଲା, ଜାମା ମସଜିଦ୍, ଚାନ୍ଦିନୀ ଚୌକ୍, ବିଶ୍ବବିଦ୍ୟାଳୟ, ଜାମିଆ ମାଲିଆ ଇସଲାମିଆ, ଜସୋଲା ବିହାର, ଶାହିନ୍ ବିହାର ଏବଂ ମୁନିର୍କା ମେଟ୍ରୋ ଷ୍ଟେସନ୍ ବନ୍ଦ ରହିଛି । ବୁଧବାରଠାରୁ ୬ଟି ମେଟ୍ରୋ ଷ୍ଟେସନ୍ ବନ୍ଦ ରହିଛି । ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ବର୍ତ୍ତମାନ ସୁଦ୍ଧା ସୁପ୍ରିମକୋର୍ଟରେ ୫୯ଟି ମାମଲା ଦାୟର କରାଯାଇଛି ।


