ଦିଲ୍ଲୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଭବନରେ ସମୀକ୍ଷା ବୈଠକ ଆଜି
ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦିନିଆ ଗସ୍ତରେ ଆସି ସନ୍ଧ୍ୟାରେ ଏଠାରେ ପହଞ୍ଚିଛନ୍ତି । ସେ ଆଜି ସନ୍ଧ୍ୟାରେ ଓଡ଼ିଶା ଭବନଠାରେ କେନ୍ଦ୍ର ନିକଟରେ ବିଭିନ୍ନ ପ୍ରକଳ୍ପ ଅନ୍ତର୍ଗତ ଦାଖଲ କରାଯାଇଥିବା ପ୍ରସ୍ତାବଗୁଡ଼ିକ କାର୍ଯ୍ୟାଗ୍ରଗତିର ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆବାସିକ କମିସନର ତଥା ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ । ବିଭିନ୍ନ ସମୟରେ ଓଡ଼ିଶା ଦ୍ୱାରା ଅନେକ ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ର ନିକଟରେ ଆବେଦନ କରାଯାଇଥାଏ । ଆବାସିକ କମିସନରଙ୍କ କାର୍ଯ୍ୟାଳୟରୁ ପ୍ରକଳ୍ପ ଗୁଡ଼ିକର ସ୍ଥିତି ସମ୍ପର୍କରେ କେନ୍ଦ୍ରର ବିଭିନ୍ନ ବିଭାଗର ଦ୍ୱାରା ନିୟମିତ ବ୍ୟବଧାନରେ ଯୋଗାଯୋଗ କରାଯାଇଥାଏ । ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଅଗ୍ରଗତିରେ କେତେ ସଫଳତା ମିଳିଛି ଏବଂ ଆଗକୁ କେଉଁ ସବୁ ଳକ୍ଷ୍ୟ ନିର୍ଦ୍ଧାରଣ କରାଯିବ , ସେ ନେଇ ଅଲୋଚନା କରିବେ । ସୂଚନାଯୋଗ୍ୟ, ଗତ ଦୁଇ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଦିଲ୍ଲୀରେ ବିଭିନ୍ନ ପ୍ରକଳ୍ପ ସମ୍ପର୍କର କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରାଯାଉଛି । ଏଥିସହିତ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ସମ୍ଭାବ୍ୟ ଘୂର୍ଣ୍ଣିବାତ୍ୟା ସମ୍ପର୍କରେ କହିଥିଲେ ଯେ, ରାଜ୍ୟରେ ସମସ୍ତ ପଦକ୍ଷେପ ନିଆଯାଉଛି । ସେହିଭଳି, ଜଣେ ସାମ୍ବାଦିକଙ୍କୁ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ସମ୍ପର୍କରେ କହିଥିଲେ ଯେ, “ମୁଁ ନିଶ୍ଚିତ ଦୃଷ୍ଟି ଦେବି’?