ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୫ଠ କାର୍
ନୂଆଦିଲ୍ଲୀ (ଏଜେନ୍ସି): ରାଜଧାନୀ ଦିଲ୍ଲୀର ସାଗରପୁର ଷ୍ଟେସନ ନିକଟରେ ଗତକାଲି ବିଳମ୍ବିତ ରାତ୍ରରେ ଅଗ୍ନିକାଣ୍ଡ ଘଟି ୫ଠରୁ ଅଧିକ କାର ଜଳିଯାଇଛି । ତେବେ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛି । ଗତକାଲି ବିଳମ୍ବିତ ରାତିରେ ସାଗରପୁର ଷ୍ଟେସନ ନିକଟରେ ଅଗ୍ନିକାଣ୍ଡ ଘଟିଥିଲା । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ତାହା ସ୍ଥାନୀୟ ପୁଲିସ୍ ଷ୍ଟେସନ ନିକଟକୁ ମଧ୍ୟ ଏହା ବ୍ୟାପିଯାଇଥିଲା । ଫଳରେ ଜବତ ହୋଇଥିବା ୫୦ରୁ ଅଧିକ କାର ଜଳିଯାଇଥିଲା । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲା । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଥିଲା ସେନେଇ କିଛି ଜଣାପଡି ନାହିଁ ।


