ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ , ୪୩ ମୃତ
ଦିଲ୍ଲୀ , (ଯୁଗାବ୍ଦ ନ୍ୟୁଜ) : ରାଜଧାନୀ ଦିଲ୍ଲୀରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ୪୩ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡିଛି । ସୁଚନାନୁସାରେ , କେନ୍ଦ୍ରୀୟ ଦିଲ୍ଲୀର ଝାନ୍ସିରାଣୀ ରୋଡ ପାଖରେ ଥିବା ଅନାଜ ମଣ୍ଡିରେ ଥିବା ଏକ ଫାକ୍ଟ୍ରିରେ ଶ୍ରମିକମାନେ ଶୋଇଥିବାବେଳେ ହଠାତ ନିଆଁ ଲାଗିଯାଇଥିଲା । କେହି କିଛି ବୁଝିବା ଆଗରୁ ଚାରିଆଡେ ଧୂଆଁମୟ ହୋଇଯାଇଥିଲା । ଫଳରେ ଶ୍ରମିକମାନେ ବାହାରକୁ ବାହାରି ପାରି ନଥିଲେ । ଅଧିକାଂଶ ମିକମାନେ ସ୍ୱାସ୍ଥ୍ୟ ରୁଦ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି ବୋଲି ପୋଲିସ ସୁଚନା ଦେଇଛନ୍ତି । ଭୋର ୫ଟାରେ ଲାଗିଥିବା ଏହି ନିଆଁକୁ ଲିଭେଇବା ପାଇଁ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ୫୦ ରୁ ଉର୍ଦ୍ଧ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବାବେଳେ ଘଟଣାସ୍ଥଳରେ ଏନଡିଆରଫ ପହଞ୍ଚି ଉଦ୍ଧାର କାଯ କାର୍ଯ୍ୟକୁ ଜୋରଦାର କରିଛନ୍ତି । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ , ଗୃହମନ୍ତ୍ରୀ ଅମିତ ଶାହା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।ଏହି ଘଟଣା ପରେ ବିଜେପି ନେତା ମନୋଜ ତିୱାରୀ ପୀଡିତଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘଟଣାସ୍ଥଳରେ ପହଁଚି ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି , ଆହତଙ୍କ ପରିବାରଙ୍କୁ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି। ଆହତଙ୍କୁ ଆରଏମଏଲ ହସ୍ପିଟାଲ ଏବଂ ହିନ୍ଦୁ ରାଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


