ଦିଲ୍ଲୀରେ ହିଂସାକାଣ୍ଡ : ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ : ସିଏଏ ବିରୋଧୀ ଆନ୍ଦୋଳନକୁ ନେଇ ଦିଲ୍ଲୀରେ ହିଂସା ଘଟିଥିବା ବେଳେ ବିରୋଧୀ କଂଗ୍ରେସ ପକ୍ଷରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରାଯାଇଛି । ବୁଧବାର କଂଗ୍ରେସ ସଭାପତି ସୋନିଆ ଗାନ୍ଧି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ସହିତ ଏକ ପ୍ରେସ୍‌ ମିଟ୍‌ କରି ଏହି ଦାବି ଉପସ୍ଥାପନ କରିଥିଲେ । ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା 19 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କଂଗ୍ରେସ ପକ୍ଷରୁ ଦାୟୀ କରାଯାଇଛି । ଶାହାଙ୍କ ଦାୟିତ୍ବ ହୀନତା କାରଣରୁ ରାଜଧାନୀ ଦିଲ୍ଲୀରେ ଏହି ସଂଘର୍ଷ ଘଟିଛି ତେଣୁ ଶାହା ନିଜ ପଦରୁ ଇସ୍ତଫା ପ୍ରଦାନ କରିବା ଉଚିତ୍‌ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ