ଦିଲ୍ଲୀର ଜଗନ୍ନାଥ ମନ୍ଦିରରେ ଛେରା ପହଁରା କଲେ କେନ୍ଦ୍ରମନ୍ତ୍ରୀରଥଯାତ୍ରା ଓଡିଆ ସଂସ୍କୃତି ଓ ଅସ୍ମିତାର ପରିଚୟ ଦିଲ୍ଲୀରେତିଆରି କରିଛି – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ : ରଥଯାତ୍ରା ଓଡିଆ ସଂସ୍କୃତି ଓ ଓଡିଆ ଅସ୍ମିତାକୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପରି ୍ରକାଶ କରୁଥିବା ଏହି ଲକ୍ଷାଧିକ ଜନସମାବେଶ ଦିଲ୍ଲୀରେ ଓଡିଆ ଲୋକଙ୍କ ପରିଚୟ ତିଆରି କରୁଛି ବୋଲି ପବିତ୍ର ରଥଯାତ୍ରା ଅବସରରେ ଦିଲ୍ଲୀର ହଜଖାସ ସ୍ଥିତ ଜଗନ୍ନାଥ ମନ୍ଦିରରେ ଛେରା ପହଁରା କରିବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରଥରେ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରିବା ପରେ ଉପସ୍ଥିତ ଜଗନ୍ନାଥପ୍ରେମୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ବିଶ୍ୱର କୋଣ ଅନୁକୋଣର ଜଗନ୍ନାଥପ୍ରେମୀ ଭାଇ ଭଉଣୀମାନେ ପୁରୀରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଳନ କରୁଛନ୍ତି । ଭାରତବର୍ଷର ବିଭିନ୍ନ ସହର ଓ ପୃଥିବୀର ବିଭିନ୍ନ
ଦେଶରେ ଆଜିର ତିଥିରେ ମହାପ୍ରଭୁଙ୍କ ଘୋଷଯାତ୍ରା ଆରମ୍ଭ ହୋଇଯାଇଛି । ଏହା କହିବା ସହ ମହାପ୍ରଭୁଙ୍କ ମହାପର୍ବରେ ସାମିଲ ହୋଇଥିବା ସମସ୍ତ ଭକ୍ତଗଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତିା ୧୩୦ କୋଟି ଭାରତୀୟ ଏବଂ ସାଢେ ୪ କୋଟି ଓଡିଆ ଭାଷାଭାଷୀ ଲୋକଙ୍କ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଓ କୃା ନିରନ୍ତର ଜାରି ରହିବା ନେଇ ମହାପ୍ରଭୁଙ୍କ
ନିକଟରେ କାମନା କରିଛନ୍ତି । ଉଲ୍ଲେଖନୀୟ ଯେ, ଏହି ଅବସରରେ ଅନ୍ୟାନ୍ୟଙ୍କ ମଧ୍ୟରେ ଓଡିଶା ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ସାମିଲ ହୋଇଥିଲେ


