ଦିଲ୍ଲୀ-ଆଗ୍ରା ଟୋଲ ରୋଡ ବିକିବ ରିଲାଏନ୍ସ ଇନ୍ଫ୍ରା

ନୂଆଦିଲ୍ଲୀ, (ଏଜେନ୍ସି): ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଇନ୍ଫ୍ରାଷ୍ଟ୍ରକ୍ଚର ଲିମିଟେଡ଼୍ ଦିଲ୍ଲୀ-ଆଗରା ଟୋଲ୍ ରୋଡ଼ୱେର ଥିବା କମ୍ପାନୀର ସମସ୍ତ ଅଂଶ ୩୬୦୦କୋଟି ଟଙ୍କାରେ ସିଙ୍ଗାପୁରସ୍ଥିତ ଏକ କମ୍ପାନୀ କ୍ୟୁବ୍ ହାଇୱେଜ୍କୁ ବିକ୍ରି କରିବ । କମ୍ପାନୀ ନିଜ ଋଣକୁ ହ୍ରାସ୍ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଥିବା ଦର୍ଶାଇଛି । ଏହାଦ୍ୱାରା କମ୍ପାନୀର ସମୁଦାୟ ଋଣ ୨୫% ହ୍ରାସ୍ ପାଇ ୫ହଜାର କୋଟି ଟଙ୍କାରୁ ନିମ୍ନକୁ ଆସିବ । ଏ ସମ୍ବନ୍ଧରେ କମ୍ପାନୀ କ୍ୟୁବ୍ ହାଇୱେଜ୍ ସହିତ ଅନୁବନ୍ଧ କରିଛି । ରିଲାଏନ୍ସ ପକ୍ଷରୁ କୁହାଯାଇଛି ଯେ ଦିଲ୍ଲୀ-ଆଗରା ଟୋଲ୍ ରୋଡ଼ ପ୍ରାଇଭେଟ୍ ଲିମିଟେଡ଼୍ ୧୦୦% ଅଂଶ ବିକ୍ରି କରିବା ପାଇଁ କ୍ୟୁବ୍ ହାଇୱେଜ୍ ଓ ଇନ୍ଫ୍ରାଷ୍ଟକଚ୍ର ୩ପ୍ରାଇଭେଟ୍ ଲିମିଟେଡ଼୍ ସହିତ ଚୁକ୍ତିରେ ଦସ୍ତଖତ କରିଛି । ଏହି ଡିଲ୍କୁ ସମସ୍ତ ଆବଶ୍ୟକ ମଞ୍ଜୁରୀ ନେବାକୁ ହେବ । ଦିଲ୍ଲୀ-ଆଗରା ଟୋଲ୍ ରୋଡ଼ ପ୍ରାଇଭେଟ୍ ଲିମିଟେଡ଼୍ ଦିଲ୍ଲୀ ସହିତ ଆଗ୍ରାକୁ ସଂଯୋଗକାରୀ ରାଷ୍ଟ୍ରୀୟ ରାଜମାର୍ଗ-୨ର ୧୮୦କିଲୋମିଟର ଲମ୍ବା ୬ଲେନ୍ ଯୁକ୍ତ ଖଣ୍ଡର ପରିଚାଳନା କରିଥାଏ । ଏହି ପରିଯୋଜନାର ରାଜସ୍ୱ ଆର୍ଥିକ ବର୍ଷ ୨୦୧୭-୧୮ରେ ୨୫% ବଢ଼ିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ